ଜାଣନ୍ତୁ କ’ଣ କରନ୍ତି ସାର୍ଦୁଲଙ୍କ ଭାବି ପତ୍ନୀ ମିତାଲି ? ବୃତ୍ତିରେ ସେ ଜଣେ...

Advertisment
ଜାଣନ୍ତୁ କ’ଣ କରନ୍ତି ସାର୍ଦୁଲଙ୍କ ଭାବି ପତ୍ନୀ ମିତାଲି ? ବୃତ୍ତିରେ ସେ ଜଣେ...

www.aajtak.in

ମୁମ୍ବ‌ାଇ: କ୍ରିକେଟର୍‌ ସାର୍ଦୁଲ ଠାକୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଖବର ରହିଛି ଯେ ଆଗାମୀ ଭବିଷ୍ୟତରେ ବିବାହ କରିବାର ଯୋଜନା କରିଛନ୍ତି ସାର୍ଦୁଲ। ତେବେ ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ ଯେ ଏହି ଯୁବ କ୍ରିକେଟର୍‌ଙ୍କ ଭାବି ପତ୍ନୀ କିଏ? ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାର୍ଦୁଲଙ୍କ ଭାବି ପତ୍ନୀଙ୍କ ନାମ ମିତାଲୀ ପାରୁଲକର।

ଆପଣ ଜାଣନ୍ତି ଯେ ଟିମ୍‌ ଇଣ୍ଡିଆରେ ଆଜିକାଲି ବିବାହ ଋତୁ ଚାଲୁଛି। ରାହୁଲ ଓ ଅକ୍ଷରଙ୍କ ପରେ ଏବେ ସାର୍ଦୁଲ ବି ବିବାହ କରିବାକୁ ଯାଉଛନ୍ତି। ସେ ଆଗାମୀ ୨୭ ତାରିଖରେ ତାଙ୍କ ମଙ୍ଗେତର ମିତାଲୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ମିତାଲି ହେଉଛନ୍ତି ବୃତ୍ତିରେ ଜଣେ ବ୍ୟବସାୟୀ। ସେ ‘ଅଲ୍‌ ଦ ବେଷ୍ଟ୍‌’ ନାମରେ ଏକ ‌ଷ୍ଟାର୍ଟଅପ୍‌ କମ୍ପାନି ଚଳାଉଛନ୍ତି। ସେମାନେ ଦୀର୍ଘ ବର୍ଷ ହେବ ପରସ୍ପରକୁ ଡେଟ୍‌ କରିବା ପରେ ଏବେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି।

ସେମାନଙ୍କ ବିବାହରେ ପ୍ରାୟ ୨୦୦ ଅତିଥି ସାମିଲ ‌ହେବେ ବୋଲି ସୂଚନା ରହିଛି। ସାର୍ଦ୍ଦୁଲ-ମିତାଲି ୨୦୨୧ ନଭେମ୍ବର ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ସମାରୋହରେ କ୍ରିକେଟର୍‌ ରୋହିତ ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା।

ସାର୍ଦ୍ଦୁଲ୍ ସ୍ମାର୍ଟ ଓ ହ୍ୟାଣ୍ଡସମ୍ ହୋଇଥିବା ବେଳେ ମିତାଲି ସୌନ୍ଦର୍ଯ୍ୟରେ କୌଣସି ମଡେଲ୍‌କୁ ବି ପଛରେ ପକାଇ ପାରନ୍ତି। ହେଲେ ସେ ଅନ୍ୟ ସମସ୍ତ ସେଲିବ୍ରିଟି ପତ୍ନୀଙ୍କ ପରି ସୋସିଆଲ୍‌ ମିଡିଆରେ ଏତେ ସକ୍ରିୟ ନୁହନ୍ତି। ସେହି କାରଣରୁ ଆପଣଙ୍କୁ ତାଙ୍କ ବିଷୟରେ ବେଶି ତଥ୍ୟ ସଂଗ୍ରହ କରିବାକୁ କଷ୍ଟ ପଡ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe