ଶାର୍ଦୁଲ ଠାକୁରଙ୍କ ନିର୍ବନ୍ଧ

ଶାର୍ଦୁଲ ଠାକୁରଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ଅଲ୍‌ରାଉଣ୍ଡର ଶାର୍ଦୁଲ ଠାକୁରଙ୍କର ସୋମବାର ଏଠାରେ ନିର୍ବନ୍ଧ ସଂପନ୍ନ ହୋଇଛି। ସ୍ଥାନୀୟ ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ଦ୍ବାରା ପରିଚାଳିତ ଏକ ନିରାଡମ୍ବର ଉତ୍ସବରେ ତାଙ୍କର ପୁରୁଣା ବାନ୍ଧବୀ ମିତାଲି ପରୁଲକରଙ୍କୁ ମୁଦି ପିନ୍ଧାଇଛନ୍ତି।

ଏହାର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ଶାର୍ଦୁଲ ‘‘ସବୁଦିନ ପାଇଁ ଆରମ୍ଭ’’ ବୋଲି କ୍ୟାପ୍‌ସନ୍‌ ଲେଖିଛନ୍ତି। ଏହି ନିର୍ବନ୍ଧ ଉତ୍ସବରେ ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ଥିଲେ। ୩୦ ବର୍ଷ ବୟସ୍କ ଶାର୍ଦୁଲ ଘରୋଇ କ୍ରିକେଟ୍‌ରେ ମୁମ୍ବାଇ ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ଜୀବନର ଏକ ନୂଆ ଅଧ୍ୟାୟରେ ଉପନୀତ ହୋଇଥିବାରୁ ଶାର୍ଦୁଲଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe