ଅଧିନାୟକ ପଦ ଛାଡ଼ିବାକୁ କୋହଲିଙ୍କୁ ଶାସ୍ତ୍ରୀ ପରାମର୍ଶ ଦେଇଥିଲେ

Advertisment
ଅଧିନାୟକ ପଦ ଛାଡ଼ିବାକୁ କୋହଲିଙ୍କୁ ଶାସ୍ତ୍ରୀ ପରାମର୍ଶ ଦେଇଥିଲେ

Image Courtesy of WION

ନୂଆଦିଲ୍ଲୀ: ଖରାପ ଫର୍ମ ଦେଇ ଗତି କରୁଥିବାରୁ ସୀମିତ ଓଭର କ୍ରିକେଟ୍ (ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦) ଅଧିନାୟକ ପଦ ଛାଡ଼ିବାକୁ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଥିଲେ। ହେଲେ କୋହଲି ଟ୍ବେଣ୍ଟି-୨୦ ଅଧିନାୟକ ପଦ ଛାଡ଼ି ଦେଇଥିଲା ବେଳେ ଦିନିକିଆ ଅଧିନାୟକ ପଦ ଛାଡ଼ିବା ପରାମର୍ଶକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କୋହଲି ସୀମିତ ଓଭର ଅଧିନାୟକ ପଦ ଛାଡ଼ିବା ନେଇ ଆଲୋଚନା ପର୍ଯ୍ୟାଲୋଚନା ୬ ମାସ ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା।

ହେଲେ ଶାସ୍ତ୍ରୀଙ୍କ କଥାକୁ କୋହଲି ଶୁଣିନଥିଲେ। କାରଣ ଦିନିକିଆ ଅଧିନାୟକ ପଦ ଛାଡ଼ିବାକୁ କୋହଲି ରାଜି ନଥିଲେ। ସେଥିପାଇଁ ଆଗୁଆ ‌ଟ୍ବେଣ୍ଟି-୨୦ ଅଧିନାୟକ ପଦ ପରିତ୍ୟାଗ କରିଦେଇଥି‌ଲେ। ହେଲେ ଟେଷ୍ଟ୍ ଓ ଦିନିକିଆରେ ଭାରତର ନେତୃତ୍ବ ନେବା ଜାରି ରଖିବେ ବୋଲି ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଥିଲେ। ବୋର୍ଡର କିଛି ଅଧିକାରୀ ମଧ୍ୟ କୋହଲିଙ୍କ ଉପରୁ ଚାପ ହଟାଇବାକୁ ଚାହୁଥିଲେ। ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ପାଖରେ ଆହୁରି ଅନେକ ବର୍ଷର କ୍ରିକେଟ୍ ବାକି ଥିବାରୁ ଏହାକୁ କିଭଳି ଉପଯୋଗ କରିହେବ ସେ ବିଷୟ ଚିନ୍ତା କରୁଥିଲେ। ଗତ ଗୁରୁବାର କୋହଲି ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ପଦ ଚଳିତ ଆଇପିଏଲ୍ ପରେ ଛାଡ଼ିଦେବେ ବୋଲି ଘୋଷଣା କରିଥିଲେ। ଆଇପିଏଲ୍-୨୦୨୧ ଦ୍ବିତୀୟ ଚରଣର ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ଲଜ୍ଜାଜନକ ପରାଜୟ ବରଣ କରିବା ପରେ କୋହଲି ଆହୁରି ଚାପରେ ଅଛନ୍ତି। ଦଳର ଖରାପ ପ୍ରଦର୍ଶନ ଜାରି ରହିଲେ ଆର୍‌ସିବି ମଧ୍ୟ ଚଳିତ ଆଇପିଏଲ୍‌ର ଶେଷ ଭାଗରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe