Times Now
ମୁଁ ଯଦି ତିନି ଘଣ୍ଟା ନେଟ୍ସ କରେ ଡେଲ୍ ଷ୍ଟେନ୍ ମଧ୍ୟ ମୋ ପଛରେ ପୂରା ତିନି ଘଣ୍ଟା ଠିଆ ହୋଇ ମୋର ମାର୍ଗଦର୍ଶନ କରନ୍ତି। ନେଟ୍ସରେ ମୁଁ ୱିକେଟ୍ ନେବା ପରେ ସେ ମୁଥ ମାରି ଉତ୍ସବ ପାଳନ କରନ୍ତି। ମୁଁ ଦିନେ ଏଭଳି କରିଥିଲି ଏବଂ ଏଭଳି ଉତ୍ସବ ପାଳନ ଶୈଳୀ ମୋର ବି ଢେର ପସନ୍ଦ ହୋଇଥିଲା।’’
-ଉମ୍ରାନ୍ ମଲ୍ଲିକ
ମୁମ୍ବାଇ: ଚଳିତ ଆଇପିଏଲ୍ରେ ନିମୟିତ ଭାବେ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରୁଥିବା ଜମ୍ମୁ କାଶ୍ମୀର ଦ୍ରୁତବୋଲର ଉମ୍ରାନ ମଲ୍ଲିକଙ୍କୁ ତୁରନ୍ତ କେନ୍ଦ୍ରୀୟ ଚୁକ୍ତି ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିସିସିଆଇକୁ ଆହ୍ବାନ କରିଛନ୍ତି। ଉମ୍ରାନ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପୁଣି ଥରେ ଘାତକ ବୋଲିଂ କରି ୩ ୱିକେଟ୍ କରାୟତ୍ତ କରିବା ପରେ ଦେଇଥିବା ସାକ୍ଷାତକାରରେ ଶାସ୍ତ୍ରୀ କହିଥିଲେ ଯେ ଉମ୍ରାନଙ୍କୁ ପ୍ରମୁଖ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳୁ। ତାଙ୍କୁ ଏକୁଟିଆ ଛାଡ଼ି ଦିଆ ନଯାଇ। ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମ୍ରାଙ୍କ ପାଖେପାଖେ ରହିଲେ ଅନେକ କିଛି ଶିଖି ପାରିବେ ସେ। ଉମ୍ରାନଙ୍କୁ ଜଣେ ବିପଜ୍ଜନକ ବୋଲର ଭାବେ ଗଢ଼ି ତୋଳିବାର ଦାୟିତ୍ବ ବିସିସିଆଇର। ଏଣୁ ତୁରନ୍ତ ତାଙ୍କୁ କେନ୍ଦ୍ରୀୟ ଚୁକ୍ତି ପ୍ରଦାନ କରାଯାଉ। ଏହା ଭାରତୀୟ କ୍ରିକେଟ୍ ପାଇଁ ହିଁ ସହାୟକ ହେବ। ଶାସ୍ତ୍ରୀଙ୍କ ମନ୍ତବ୍ୟ ସହ ସନରାଇଜର୍ସ ହାଇଦ୍ରବାଦ ପ୍ରଶିକ୍ଷକ ଟମ୍ ମୁଡି ମଧ୍ୟ ଏକମତ ହୋଇଛନ୍ତି। ଉମ୍ରାନଙ୍କୁ ଫେରାରି କାର୍ ସହ ତୁଳନା କରି ସେ ଭାରତୀୟ ଦ୍ରୁତ ବୋଲିଂ ଭବିଷ୍ୟତ ବୋଲି କହିଛନ୍ତି ମୁଡି।
Follow Us