ଆଇପିଏଲ୍ ଉପରେ ଶାସ୍ତ୍ରୀଙ୍କ ନଜର, ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରିପାରନ୍ତି ରାଠୋର

Advertisment
୨୦୧୧ ଅପେକ୍ଷା ଏହା ଅଧିକ ମଜବୁତ୍‌ ଭାରତୀୟ ଦଳ: ଶାସ୍ତ୍ରୀ

Deccan Chronicle

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ସହ ବର୍ତ୍ତମାନର ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ପରେ ସେ କଣ କରିବେ? ସେନେଇ ଅଙ୍କକଷା ବି ଆରମ୍ଭ ହୋଇଗଲାଣି। ତେବେ ଶାସ୍ତ୍ରୀ କୌଣସି ଆଇପିଏଲ୍ ଦଳର ପ୍ରଶିକ୍ଷକ ହେବା କିମ୍ବା ପୁଣି ଥରେ ଭାଷ୍ୟକାର ବକ୍ସକୁ ଫେରିବାର ସମ୍ଭାବନା ଅଧିକ ରହିଛି। ଆସନ୍ତାବର୍ଷ ମେ’ ମାସ ୨୨ ତାରିଖରେ ୬୦ ବର୍ଷରେ ଉପନୀତ ହେଉଥିବା ଶାସ୍ତ୍ରୀ କିନ୍ତୁ ଏହି ବିଷୟରେ କୌଣସି ସୂଚନା କିମ୍ବା ସଙ୍କେତ ଦେଇ ନାହାନ୍ତି। ତଥାପି ଲମ୍ବା ସମୟ ପାଇଁ କୌଣସି ଦଳ ସହ ଯୋଡ଼ି ହେବା ପରିବର୍ତ୍ତେ ଏକ ନିର୍ଦିଷ୍ଟ ସମୟ ପାଇଁ ପ୍ରଶିକ୍ଷକ ଦାୟିତ୍ବରେ ରହିବା ସପକ୍ଷରେ ସେ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବ୍ୟାଟିଂ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ କ୍ରିକେଟର୍‌ ବିକ୍ରମ ରାଠୋର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ‌ସେ ଆବେଦନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ମଧ୍ୟ ଆଇପିଏଲ୍ ଚୁକ୍ତି ପାଇଁ ଆଗ୍ରହୀ ଅଛନ୍ତି। ବିସିସିଆଇ କିନ୍ତୁ ନୂଆ ପ୍ରଶିକ୍ଷକ ମଣ୍ଡଳି ଭାରତୀୟ ଦଳର ଦାୟିତ୍ବ ନେଉ ବୋଲି ଚାହୁଛି। ସେଥିପାଇଁ ପ୍ରଶିକ୍ଷକ ବାଛିବା ଲାଗି କ୍ରିକେଟ୍ ପରାମର୍ଶଦାତା ସମିତି ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହି ସମିତିରେ ପୂର୍ବରୁ ସଦସ୍ୟ ଥିବା ବିଶ୍ବକପ୍ ବିଜୟୀ ତାରକା ମଦନ ଲାଲଙ୍କୁ ୭୦ ବର୍ଷ ଛୁଇଁବା ପରେ ସେ ନିଜ ପଦ ଛାଡ଼ି ଦେଇଛନ୍ତି। ପୂର୍ବତନ ଦ୍ରୁତ ବୋଲର ଆର୍‌ପି ସିଂହ ଓ ସୁଲକ୍ଷଣ ପଣ୍ଡିତ କିନ୍ତୁ ନିଜ ନିଜ ସ୍ଥାନ ବଜାୟ ରଖି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe