Shefali showed her strength: ଦମ୍ ଦେଖାଇଲେ ଶେଫାଳି, ଦୀପ୍ତି

ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ ଭାରତ ପ୍ରଥମ ଥର ବିଜେତା ହୋଇ ଐତିହାସିକ ସଫଳତା ପାଇଛି। ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ନିଜ ନିଜ ଅଲ୍‌ରାଉଣ୍ଡ ସଫଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ରବିବାରର ଏହି ପ୍ରତୀକ୍ଷିତ ଟ୍ରଫି ଟକ୍କରରେ....

fhsffhshf

ନବି ମୁମ୍ବାଇ: ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ ଭାରତ ପ୍ରଥମ ଥର ବିଜେତା ହୋଇ ଐତିହାସିକ ସଫଳତା ପାଇଛି। ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ନିଜ ନିଜ ଅଲ୍‌ରାଉଣ୍ଡ ସଫଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ରବିବାରର ଏହି ପ୍ରତୀକ୍ଷିତ ଟ୍ରଫି ଟକ୍କରରେ ପ୍ରଥମ ଥର ଫାଇନାଲ୍ ଖେଳୁଥିବା ଦକ୍ଷିଣ ଆଫ୍ରିକା ଟସ୍ ଜିତି ପଶ୍ଚାତ୍‌ଧାବନ କରିବାକୁ ପସନ୍ଦ କରିଥିଲା। ଅନ୍ୟପକ୍ଷରେ ଘରୋଇ ଭାରତ ଟସ୍ ହାରିଥିଲେ ମଧ୍ୟ ସ୍ଥାନୀୟ ଡି ୱାଇ ପାଟିଲ ଷ୍ଟାଡିୟମ୍‌ରେ ଦୃଢ଼ ମୂଳଦୁଆ ପକାଇ ଆତ୍ମବିଶ୍ବାସ ବଢ଼ାଇଥିଲା। ସ୍ମୃତି ମନ୍ଧାନା (୫୮ ବଲ୍‌ରୁ ୪୫ ରନ୍‌) ଓ ‌ଶେଫାଳି ବର୍ମା (୭୮ ବଲ୍‌ରୁ ୮୭ ରନ୍) ପ୍ରଥମ ୱିକେଟ୍‌ରେ ୧୦୪ ରନ୍‌ର ଭାଗୀଦାର ଗଢ଼ିବା ଦର୍ଶକଙ୍କୁ ବି ଉଲ୍ଲସିତ କରିଥିଲା। ମନ୍ଧାନାଙ୍କୁ ଶିକାର କରି ଦକ୍ଷିଣ ଆଫ୍ରିକାର ବାମହାତୀ ସ୍ପିନର କ୍ଲୋଏ ଟ୍ରାୟନ ଏହି ଯୋଡ଼ିକୁ ଅଲଗା କରିବା ଘରୋଇ ଦଳ ଉପରେ ଚାପ ସୃଷ୍ଟି ‌ହୋଇଥିଲା। ଶେଫାଳି ମଧ୍ୟ ରନ୍ ଗତି ବଢ଼ାଇବା ଲୋଭରେ ଶତକର ୧୩ ରନ୍ ପୂର୍ବରୁ ନିଜ ୱିକେଟ୍ ହରାଇ ବସିଥିଲେ। 

ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ର ଶତକ ହାସଲକାରୀ ଜେମିମା ରଡ୍ରିଗ୍ସ (୨୪) ଏବଂ ଅଧିନାୟିକା  ହରମନ୍‌ପ୍ରୀତ୍ କୌର (୨୦) ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରିପାରିନଥିଲା। ଅମନଜ୍ୟୋତ କୌର (୧୨) ବିଫଳ ହେବା ଦକ୍ଷିଣ ଆଫ୍ରିକାକୁ ଫେରିବା ସୁଯୋଗ ଦେଇଥିଲା। ଦୀପ୍ତି ଶର୍ମା (୫୮ ବଲ୍‌ରୁ ୫୮ ରନ୍‌) ଧୈର୍ଯ୍ୟପୂର୍ଣ୍ଣ ଏବଂ ରିଚା ଘୋଷ (୨୪ ବଲ୍‌ରୁ ୩୪ ରନ୍‌) ଆକ୍ରମଣାତ୍ମକ ଖେଳ ଭାରତର ସ୍ଥିତିକୁ ସୁଦୃଢ଼ କରିଥିଲା। ଦୀପ୍ତି ୫୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ସହ ରିଚା ଦ୍ରୁତ ଗତିରେ ଏହି ଦିଗରେ ଅଗ୍ରସର ହୋଇଥିଲେ। ତେବେ ଶେଫାଳି ଓ ଜେମିକାଙ୍କୁ ଆଉଟ୍ କରିଥିବା ପ୍ରତିପକ୍ଷ ଦ୍ରୁତ ବୋଲର ଆୟାବଙ୍ଗା ଖାକା ୪୯ତମ ଓଭରରେ ରିଚାଙ୍କୁ ପ୍ୟାଭିଲିୟନ ଫେରାଇବାରୁ ଭାରତ ୩୦୦ ରନ୍ ଛୁଇଁପାରି ନଥିଲା। ଦକ୍ଷିଣ ଆଫ୍ରିକା ବୋଲରମାନେ ‌‌ଶେଷ ୧୦ ଓଭରରେ ମାତ୍ର ୬୯ ରନ୍ ବ୍ୟୟ କରି ଭାରତକୁ ୨୯୮/୭ରେ ଅଟକାଇ ଦେଇଥିଲେ। ଶେଷ ୱିକେଟ୍ ଭାବେ ଦୀପ୍ତି ଅନ୍ତିମ ବଲ୍‌ରେ ରନ୍‌ଆଉଟ୍ ହୋଇଥିଲେ। ତଥାପି ଏହା ବିଶ୍ବକପ୍ ଫାଇନାଲ୍ ଇତିହାସର ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍ ହୋଇଥିଲା।  

ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ ୨୯୮/୭ (ଶେଫାଳି ବର୍ମା-୮୭, ଦୀପ୍ତି ଶର୍ମା-୫୮, ସ୍ମୃତି ମନ୍ଧାନା-୪୫, ରିଚା ଘୋଷ-୩୪, ଜେମିମା ରଡ୍ରିଗ୍ସ-୨୪, ହରମନ୍‌ପ୍ରୀତ୍ କୌର-୨୦, ଆୟାବଙ୍ଗା ଖାକା-୩/୫୮, ନନକୁଲୁଲେକୋ ମଲାବା-୧/୪୭, ନାଦିନ ଡି’ କ୍ଲାର୍କ-୧/୫୨)। ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬/୧୦ (ଲୌରା ଓଲ୍‌ଭର୍ଟ-୧୦୧, ଆନେରି ଡର୍କସେନ୍‌-୩୫, ସୁନେ ଲୁସ-୨୫, ଦୀପ୍ତି ଶର୍ମା-୫/୩୯, ଶେଫାଳି ବର୍ମା-୨/୩୬, ଶ୍ରୀ ଚରଣୀ-୧/୪୮)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe