୧୯ ବର୍ଷରୁ କମ୍‌ ମହିଳା ବିଶ୍ବକପରେ ଭାରତର ନେ‌ତୃତ୍ବ ନେବେ ଶେଫାଳି

Advertisment
୧୯ ବର୍ଷରୁ କମ୍‌ ମହିଳା ବିଶ୍ବକପରେ ଭାରତର ନେ‌ତୃତ୍ବ ନେବେ ଶେଫାଳି

ନୂଆଦିଲ୍ଲୀ : ଆଇସିସି ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳର ନେତୃତ୍ବ ଭାର ପ୍ରତିଭାଶାଳୀ ଓପନିଂ ବ୍ୟାଟର୍‌ ଶେଫାଳି ବର୍ମା ମିଳିଛି। ଆସନ୍ତା ଜାନୁଆରି ୧୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁଥିବା ପ୍ରଥମ ଥର ଲାଗି ଆୟୋଜିତ ହେବାକୁଥିବା ୧୯ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ସୋମବାର ତାଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଶେଫାଳି ମଧ୍ୟ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଘୋଷିତ ଦଳର ଅଧିନାୟିକା ରହିଛନ୍ତି। ୨୦୧୯ରେ ବରିଷ୍ଠ ବର୍ଗରେ ପଦାର୍ପଣ କରିଥିବା ୧୮ ବର୍ଷୀୟ ଶେଫାଳି ୨ ଟେ‌ଷ୍ଟ, ୨୧ ଦିନିକିଆ, ୪୬ ଟ୍ବେଣ୍ଟି-୨୦ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ଡିସେମ୍ବର ୨୭, ୨୯, ୩୧ ଏବଂ ଜାନୁଆରି ୨ ଓ ୪ ତାରିଖରେ ଖେଳାଯିବ। ଏହାପରେ ବିଶ୍ବକପ୍‌ ଖେଳିବ ଦଳ। ବିଶ୍ବକପ୍‌ରେ ୧୬ ଦଳ ଅଂଶଗ୍ରହଣ କରୁଥିଲା ବେଳେ ଭାରତ ଗ୍ରୁପ୍‌-ଡି’ରେ ଦକ୍ଷିଣ ଆଫ୍ରିକା, ୟୁଏଇ ଓ ସ୍କଟଲାଣ୍ଡ ସହ ରହିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳ: ଶେଫାଳି ବର୍ମା (ଅଧିନାୟିକା), ଶ୍ବେତା ଶେରାୱାତ (ଉପଅଧିନାୟକ), ରିଚା ଘୋଷ, ଜି ତ୍ରିଷା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁର୍ଲେ ଗାଲା, ହ୍ରିଶିତା ବାସୁ, ସୋନମ ଯାଦବ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପର୍ଶାଭୀ ଚୋପ୍ରା, ତିତାସ ସାଧୁ, ଫଲକ ନାଜ, ଶବନମ ମହମ୍ମଦ, ଶିଖା, ନାଜ୍‌ଲା ସିଏମ୍‌ସି, ଯଶଶ୍ରୀ।

ବିଶ୍ବକପ୍‌ ଦଳ: ଶେଫାଳି ବର୍ମା (ଅଧିନାୟିକା), ଶ୍ବେତା ଶେରାୱାତ (ଉପଅଧିନାୟକ), ରିଚା ଘୋଷ, ଜି ତ୍ରିଷା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁର୍ଲେ ଗାଲା, ହ୍ରିଶିତା ବାସୁ, ସୋନମ ଯାଦବ, ମନ୍ନତ କାଶ୍ୟପ, ଅର୍ଚ୍ଚନା ଦେବୀ, ପର୍ଶାଭୀ ଚୋପ୍ରା, ତିତାସ ସାଧୁ, ଫଲକ ନାଜ, ଶବନମ ମହମ୍ମଦ। ଷ୍ଟାଣ୍ଡ ବାଇ: ଶିଖା, ନାଜ୍‌ଲା ସିଏମ୍‌ସି, ଯଶଶ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe