InsideSport
ନୂଆଦିଲ୍ଲୀ: ବିଶ୍ବର ନମ୍ବର ୱାନ୍ ଭାରତୀୟ ବନ୍ଧୁକ ଚାଳିକା ଏଲାଭେନିଲ ଭାଲାରିଭାନ ରବିବାର ଭର୍ଚୁଅଲିରେ ଆୟୋଜିତ ସେଖ ରସେଲ ଇଣ୍ଟରନ୍ୟାସନାଲ ଏୟାର ରାଇଫଲ୍ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଶାହୁ ତୁଷାର ମାନେ ରୌପ୍ୟ ପଦକ ଜିତିଥିଲେ। ବାଂଲାଦେଶ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ (ବିଏସ୍ଏସ୍ଏଫ୍) ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରୁ ପୁରସ୍କାର ରାଶି ଭାବେ ଏଲାଭେନିଲ ୧୦୦୦ ଡଲାର ଓ ଶାହୁ ମାନେ ୭୦୦ ଡଲାରର ଅର୍ଥରାଶି ପକେଟସ୍ଥ କରିଥିଲେ।
ଏହି ପ୍ରତିଯୋଗିତାରେ ୬ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମହିଳା ୬୦ ସଟ୍ ବିଶିଷ୍ଟ ପ୍ରତିଯୋଗିତାରେ ଏଲାଭେନିଲ ୬୨୭.୫ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲା ବେଳେ ପୁରୁଷରେ ଜାପାନର ନାଓୟା ଓକାଡା (୬୩୦.୯ ପଏଣ୍ଟ୍) ପ୍ରଥମ ଓ ଭାରତର ଶାହୁ (୬୨୩.୮) ଦ୍ବିତୀୟରେ ରହିଥିଲେ।
Follow Us