ପତ୍ନୀଙ୍କ ସହ ବିଚ୍ଛେଦ ଓ ଦ୍ବିତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶିଖର

ପତ୍ନୀଙ୍କ ସହ ବିଚ୍ଛେଦ ଓ ଦ୍ବିତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶିଖର

ନୂଆଦିଲ୍ଲୀ: ଏମିତି ଏକ ସମୟ ଥିଲା ଯେତେବେଳେ ଭାରତୀୟ କ୍ରିକେଟ ଦଳ ପାଇଁ ଶିଖର ଧାୱନ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ଚର୍ଚ୍ଚାରେ ଥିଲା। ଏହି ଯୋଡ଼ି ଯେତେବେଳେ ପଡ଼ିଆକୁ ଓହ୍ଲାଇ ଥାଆନ୍ତି ଦଳକୁ ଶକ୍ତିଶାଳୀ କରିଥାଆନ୍ତି। କରୋନା କାଳରେ ସମୟ ବଦଳିଗଲା। ଧାୱନ ଭାରତୀୟ କ୍ରିକେଟ ଦଳରେ ସାମିଲ ହେଲେ ନାହିଁ। ପ୍ରଥମେ ତାଙ୍କୁ ଟି୨୦ ଓ ଟେଷ୍ଟ ଟିମରୁ ବାହାର କରାଯାଇଥିଲା। ଏବେ ସେ ୱାନଡେ ମ୍ୟାଚ ବି ଖେଳୁ ନାହାନ୍ତି।

କରୋନା ସମୟରେ ୱାନଡେରେ ଭାରତୀୟ ଦଳର ଅଧିନାୟକ ଥିବା ଶିଖର ଧାୱନଙ୍କୁ ଟି-୨୦ ବିଶ୍ବକପ ପରେ ୱାନଡେ ଟିମରୁ ବାହାର କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ଶୁଭମନ ଗିଲ ଓ ଇସାନଙ୍କୁ ଓପନର ଭାବେ ସ୍ଥାନ ଦିଆଯାଇଥିଲା। ଏମିତିରେ ଚଳିତ ଥର ହେବାକୁ ଥିବା ୱାନଡେ ବିଶ୍ବକପରେ ସେ ଦଳକୁ ଫେରିବେ କି ନାହିଁ ତାହାକୁ ନେଇ ବି ପ୍ରଶ୍ନ ଉଠୁଛି।

ଏହି କ୍ରମରେ ଶିଖର ଧାୱନଙ୍କୁ ନେଇ ଆଉ ଏକ ପ୍ରଶ୍ନ ବି ଉଠିଛି।  ଲୋକେ ଶିଖରଙ୍କୁ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କ ଠାରୁ ଅଲଗା ହେବାକୁ ନେଇ ପ୍ରଶ୍ନ  କରିଥିଲେ। ଆଉ ଏହାର ଉତ୍ତର ଦେଇଛନ୍ତି ଖେଳାଳି ।

ଶିଖର କହିଛନ୍ତି, ‘ମୁଁ ସ୍ବୀକାର କରୁଛି ବି ବିବାହରେ ଅସଫଳ ରହିଛି। କିନ୍ତୁ ଅନ୍ୟଙ୍କ ଉପରେ ଆଙ୍ଗୁଳି ଉଠାଇବା ଉଚିତ ନୁହେଁ। କାରଣ ମୁଁ ଯାହା ନିଷ୍ପତ୍ତି ନେଇଛି ସେଟା ମୋର ନିଜ ନିଷ୍ପତ୍ତି। ମୁଁ ବିଫଳ ହେଲି କାରଣ ସେ ଦିଗପ୍ରତି ମୋର ବିଶେଷ ଜ୍ଞାନ ନଥିଲା। ଆଜି ମୁଁ କ୍ରିକେଟ ବିଷୟରେ ଯାହା କହୁଛି, ଗତ ୨୦ବର୍ଷ ପୂର୍ବେ ମୋତେ ଏସବୁ କିଛି ଜଣା ନଥିଲା।

ଆୟେଶା ମୁଖାର୍ଜୀଙ୍କ ସହିତ ମୋର ଛାଡପତ୍ର ମାମଲାର ଏପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ। ତେଣୁ ପୁଣି ବିବାହ କରିବା କଥା ଏବେ ଭାବି ନାହିଁ। ବର୍ତ୍ତମାନ ମୋର ଛାଡପତ୍ର ମାମଲା ଚାଲିଛି। ଆସନ୍ତାକାଲି ଯଦି ମୁଁ ପୁଣି ବିବାହ କରିବି, ତେବେ ମୁଁ ଏହି କ୍ଷେତ୍ରରେ ବୁଝିବିଚାରି ଆଗକୁ ବଢ଼ିବି। କାରଣ ମୋତେ ଏବେ କେମିତି ଝିଅ ଆବଶ୍ୟକ ମୁଁ ବୁଝି ସାରିଲିଣି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe