ପତ୍ନୀଙ୍କଠାରୁ ଅଲଗା ହେବା ପରେ ଏବେ ବିଦେଶିନୀଙ୍କ ପ୍ରେମରେ କ୍ରିକେଟର ଶିଖର ଧୱନ

ପତ୍ନୀଙ୍କଠାରୁ ଅଲଗା ହେବା ପରେ ଏବେ ପ୍ରେମରେ ପଡ଼ିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନ। ସେ ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫି-୨୦୨୫ ସମୟରେ ଧୱନଙ୍କୁ ଜଣେ ରହସ୍ୟମୟୀ ମହିଳାଙ୍କ ସହିତ ବସିଥିବାର ଦେଖାଯାଇଥିଲା।

tsikhardhawan

ମୁମ୍ବାଇ: ପତ୍ନୀଙ୍କଠାରୁ ଅଲଗା ହେବା ପରେ ଏବେ ପ୍ରେମରେ ପଡ଼ିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧୱନ। ସେ ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫି-୨୦୨୫ ସମୟରେ ଧୱନଙ୍କୁ ଜଣେ ରହସ୍ୟମୟୀ ମହିଳାଙ୍କ ସହିତ ବସିଥିବାର ଦେଖାଯାଇଥିଲା। ତା’ପରେ ଦାବି କରାଯାଇଥିଲା ଯେ ମହିଳାଙ୍କ ନାମ ସୋଫି ସାଇନ୍, ଯିଏ ଆୟରଲ୍ୟାଣ୍ଡର ନାଗରିକ। ଏବେ, ଏକ ନୂତନ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଧୱନଙ୍କୁ ଏକ ସୋ’ରେ ତାଙ୍କ ପ୍ରେମିକାଙ୍କ ବିଷୟରେ ପଚରାଯାଉଛି। ପ୍ରଶ୍ନର ସେ ସିଧା ସଳଖ ଉତ୍ତର ଦେଇନଥିଲେ ବି କଥା କଥାରେ ‌ସେ ନିଜ ସମ୍ପର୍କକୁ ସ୍ବୀକାର କରୁଛନ୍ତି। 

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ସୋ'ର ହୋଷ୍ଟ ଧୱନଙ୍କୁ ତାଙ୍କ ପ୍ରେମିକାଙ୍କ ନାମ ପଚାରୁଛନ୍ତି। ପ୍ରଶ୍ନ ଶୁଣି, ସେ କହୁଛନ୍ତି, "ମୁଁ ଏବେ ତାଙ୍କ ନାମ ପ୍ରକାଶ କରିବି ନାହିଁ। କିନ୍ତୁ ଏ ହଲ୍‌ରେ ଉପସ୍ଥିତ ସବୁଠାରୁ ସୁନ୍ଦର ଝିଅ ହେଉଛି ମୋ ପ୍ରେମିକା।" ଏହା ପରେ କ୍ୟାମେରା ଚେୟାରରେ ବସିଥିବ‌ା ସୋଫିଙ୍କୁ ଫୋକସ କରୁଛି। ଏହି ଭିଡିଓ ଭାଇରାଲ ହେବା ପରେ ଶିଖରଙ୍କ ପ୍ରଶଂସକ ନିଜର ଖୁସି ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe