୮ ବର୍ଷ ବୈବାହିକ ଜୀବନଯାପନ ପରେ ଛାଡ଼ପତ୍ର ଦେଇ ପୃଥକ୍‌ ହେଲେ ଶିଖର ଧାୱନ୍‌ ଓ ଆୟେଶା ମୁଖାର୍ଜୀ

Advertisment
୮ ବର୍ଷ ବୈବାହିକ ଜୀବନଯାପନ ପରେ ଛାଡ଼ପତ୍ର ଦେଇ ପୃଥକ୍‌ ହେଲେ ଶିଖର ଧାୱନ୍‌ ଓ ଆୟେଶା ମୁଖାର୍ଜୀ

Image Courtesy of Inside Sport

ନୂଆଦିଲ୍ଲୀ: ୮ ବର୍ଷର ବୈବାହିକ ଜୀବନର ପରିସମାପ୍ତି ଘଟାଇ ଭାରତୀୟ କ୍ରିକେଟ୍‌ ଖେଳାଳି ଶିଖର ଧାୱନ୍ ଏବଂ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ଛାଡ଼ପତ୍ର ମାଧ୍ୟମରେ ପରସ୍ପର ଠାରୁ ପୃଥକ୍ ହୋଇ ଯାଇଛନ୍ତି।

୨୦୧୨ରେ ଧାୱନ୍‌ ମେଲବର୍ଣ୍ଣ‌୍‌ର ମୁଷ୍ଟି ଖେଳାଳି ଆୟେଶା ମୁଖାର୍ଜୀଙ୍କୁ ବିବାହ କରିବା ସହ ତାଙ୍କ (ଆୟେଶା) ପୂର୍ବ ବିବାହରୁ ଜାତ ଦୁଇ କନ୍ୟାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ। ଧାୱନ୍ ଓ ଆୟେଶାଙ୍କର ‘ଜୋରାୱର୍‌’ ନାମରେ ପୁଅଟିଏ ମଧ୍ୟ ଅଛି।

publive-image Image Courtesy of India Today

‘ଆୟେଶା ମୁଖାର୍ଜୀ’ ନାମରେ ତାଙ୍କ ନୂଆ ‘ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌’ରେ ଆୟେଶା ମଙ୍ଗଳବାର ଦିନ ଏହି ଖବର ପ୍ରଥମେ ପ୍ରଘଟ କରିଥିଲେ। ପୂର୍ବରୁ ଏହି ସାମାଜିକ ଗଣମାଧ୍ୟମ ସାଇଟ୍‌ର ମୂଳ ପ୍ରୋଫାଇଲ୍‌ର ନାଁ ଥିଲା ‘ଆୟେଶା ଧାୱନ୍’।

ଆୟେଶାଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ ହୋଇଥିଲେ ବି ୮ ବର୍ଷ ବୟସରେ ସେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ସେଠାରେ ସେ ‘କିକ୍‌ବକ୍ସର୍‌’ ତାଲିମ ନେଇଥିଲେ। ସମ୍ପ୍ରତି ୪୬ ବର୍ଷରେ ପଦାର୍ପଣ କରିଥିବା ଆୟେଶା ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ୨୦୦୦ରେ ତାଙ୍କ ଔରସରୁ ଜାତ ଝିଅର ନାମ ସେ ‘ଆଲିୟା’ ବୋଲି ରଖିଥିଲେ। ୨୦୦୫ରେ ସେ ଆଉ ଗୋଟିଏ ଝିଅ ଜନ୍ମ କରିଥିଲେ, ସେ ଝିଅର ନାଁ ଦେଇଥିଲେ ରିୟା।

ଏହାପରେ ୨୦୧୨ ଅକ୍ଟୋବର ୩୦ରେ ଧାୱନ୍‌ଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe