ଧାୱନ ପୁଣି ଆହତ; ନ୍ୟୁଜିଲାଣ୍ଡ ଗସ୍ତ ନେଇ ଆଶଙ୍କା

ଧାୱନ୍‌ ନିକଟ ଭବିଷ୍ୟତରେ ଟେଷ୍ଟ୍‌ ଦଳକୁ ଫେରିବା ଅସମ୍ଭବ: ଚୋପ୍ରା

KreedOn

ବେଙ୍ଗାଲୁରୁ ଦିନିକିଆ ଅବସରରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆହତ ହୋଇଛନ୍ତି। ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ତାଙ୍କ ପଞ୍ଜରା ହାଡ଼ରେ ବଲ୍ ବାଜିଥିଲା ବେଳେ ରବିବାର କ୍ଷେତ୍ରରକ୍ଷଣ ବେଳେ ତାଙ୍କ ବାମକାନ୍ଧରେ ଆଘାତ ଲାଗିଛି। ଏହି ଘଟଣା ଅଷ୍ଟ୍ରେଲୀୟ ପାଳିର ପଞ୍ଚମ ଓଭରରେ ଘଟିଥିଲା। ଆରୋନ ଫିଞ୍ଚଙ୍କ ଡ୍ରାଇଭକୁ କଭର ପଏଣ୍ଟ୍‌ରେ ରୋକିଲା ବେଳେ ଧାୱନ କାନ୍ଧମାଡ଼ି ପଡ଼ି ଯାଇଥିଲେ। ଫଳରେ ପଡ଼ିଆ ଭିତରେ ଫିଜିଓ ନିତିନ ପଟେଲ ତାଙ୍କର ଉପଚାର କରିଥିଲେ। ତେବେ କଷ୍ଟ ନକମିବାରୁ ତୁରନ୍ତ ସେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କର ଏକ୍ସ-ରେ ମଧ୍ୟ କରାଯାଇଥିଲା। କିଛି ସମୟ ପରେ ସେ ଡ୍ରେସିଂ ରୁମ୍‌କୁ ଫେରିଥିଲେ। ହେଲେ ଆଉ ପଡ଼ିଆକୁ ଫେରି ନଥିଲେ। ଭାରତ ମାତ୍ର ୩ ୱିକେଟ୍ ବିନିମୟରେ ବିଜୟୀ ହେବା ପରେ ତାଙ୍କୁ ଆଉ ବ୍ୟାଟିଂ କରିବାକୁ ପଡ଼ି ନଥିଲା। ତେବେ ତାଙ୍କ ବଦଳରେ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ। ଏଥି ସହିତ ଆସନ୍ତାକାଲି ନ୍ୟୁଜିଲାଣ୍ଡ ଗସ୍ତରେ ବାହାରୁଥିବା ଭାରତୀୟ ଦଳ ସହ ଧାୱନ୍‌ଙ୍କ ଯିବା ନେଇ ଆଶଙ୍କା ଜାତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe