ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ଭାରତୀୟ କ୍ରିକେଟର ଶିଖର ଧୱନ !

Advertisment
ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ଭାରତୀୟ କ୍ରିକେଟର ଶିଖର ଧୱନ !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ଓପନର୍ ଶିଖର ଧୱନ ବହୁତ ସକ୍ରିୟ ଅଛନ୍ତି। ଧୱନ କ୍ରିକେଟ ବ୍ୟତୀତ ମଜାଳିଆ ମିମ ଏବଂ ନିଜର ରିଲ ଭିଡିଓ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସେ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି। ଧୱନ ଖୁବ ଶୀଘ୍ର ବଡ଼ ପରଦାରେ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ପଞ୍ଜାବ କିଙ୍ଗ୍ସର ଓପନର୍ ଧୱନ ଏବେ ବଲିଉଡରେ ଡେବ୍ୟୁ କରିବେ ବୋଲି ସୂଚନା ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ଦିଗ୍ଗଜ କ୍ରିକେଟର ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି ଏବଂ ଜାଣିଶୁଣି ଏହି ଖବରକୁ ଲୁଚାଇ ରଖିଛନ୍ତି। ଶିଖର ଧୱନ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ଫିଲ୍ମଟି ଯେକୌଣସି ସମୟରେ ମୁକ୍ତିଲାଭ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଶିଖର ଧୱନ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଫିଲ୍ମ ରିଲିଜ୍ ପରେ ହିଁ ଫିଲ୍ମ‌ରେ ଥିବା ତାଙ୍କ ଚରିତ୍ର ବିଷୟରେ ଦର୍ଶକ ଜାଣିପାରିବେ।

publive-image

ଇଣ୍ଡିଆନ୍ ପ୍ରିମିୟର ଲିଗର ଚଳିତ ସିଜନରେ ଶିଖର ଧୱନ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଧୱନ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚରେ ୪୨୧ ରନ୍ ସଂଗ୍ରହ କରି ୧୨୨.୭୪ ଷ୍ଟ୍ରାଇକ୍ ହାରରେ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଧୱନଙ୍କ ପ୍ରଦର୍ଶନ ଭଲ ଥିଲେ ବି ତାଙ୍କ ଟିମ୍ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି ଏବଂ ଚଳିତ ବର୍ଷ ଟିମ୍ ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ଖୁବ କମ ରହିଛି। ୧୩ ଟି ମ୍ୟାଚରୁ ୬ଟି ବିଜୟ ସହ ପଞ୍ଜାବ ବର୍ତ୍ତମାନ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଗୁଜୁରାଟ ଟାଇଟାନ୍ସ ହେଉଛି ଏକମାତ୍ର ଦଳ ଯିଏ ନିଜକୁ ପ୍ଲେ ଅଫରେ ସ୍ଥାନିତ କରିପାରିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe