ବିଶ୍ୱକପ୍‌: ଶିଖର ଧାଓ୍ଵନଙ୍କ ଆଘାତ ନେଇ ଦିନସାରା ଚାଲିଲା ଆଲୋଚନା, ସନ୍ଧ୍ୟାରେ ବିସିସିଆଇ ଦେଲା ଏହି ବୟାନ

ବିଶ୍ୱକପ୍‌: ଶିଖର ଧାଓ୍ଵନଙ୍କ ଆଘାତ ନେଇ ଦିନସାରା ଚାଲିଲା ଆଲୋଚନା, ସନ୍ଧ୍ୟାରେ ବିସିସିଆଇ ଦେଲା ଏହି ବୟାନ

Zee News

ନୂଆଦିଲ୍ଲୀ: ଭାରତୀୟ ଓପନରନ୍‌ ଶିଖର ଧାଓ୍ଵନ୍‌କୁ ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ରବିବାର ଆଘାତ ଲାଗିଛି। ସୋମବାର ଯାଏଁ ଠିକ୍‌ଠାକ୍‌ ଚାଲିଥିଲା। କୌଣସି ସ୍ଥାନରେ ଆଘାତ ନେଇ ଆଲୋଚନା ହୋଇ ନଥିଲା। ମଙ୍ଗଳବାର ତାଙ୍କୁ ଯେତେବେଳେ ସ୍କାନିଂ ପାଇଁ ହସ୍‌ପିଟାଲ୍‌ ନିଆଯାଇଥିଲା, ତା’ ପରଠାରୁ କ୍ରିକେଟ୍‌ ଜଗତରେ ଶିଖରଙ୍କ ବାବାଦରେ ଆଲୋଚନା ଚାଲିଲା।

ପୂର୍ବତନ କ୍ରିକେଟର୍ସଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶଂସକ ଆଘାତ ନେଇ ଅନୁମାନ କରିଛନ୍ତି। ଶିଖରଙ୍କ ସ୍ଥାନରେ କାହାକୁ ରଖାଯିବ ଯେ ଯାଏଁ ମଧ୍ୟ ଆଲୋଚନା ହୋଇଛି। ବିସିସିଆଇ ଏବାବଦରେ ମଙ୍ଗଳବାର ରାତି ୮ଟା (ଭାରତୀୟ ସମୟ)ରେ ବୟାନ ଜାରି କରିଛି। ମାତ୍ର ବୟାନରେ ସ୍ପଷ୍ଟ ଭାବରେ କିଛି କୁହାଯାଇ ନାହିଁ।

ବିସିସିଆଇ ବୟାନରେ କହିଛି, ଭାରତୀୟ ଟିମ୍‌ର ଓପନର ଶିଖର ଧାଓ୍ଵନ ବର୍ତ୍ତମାନ ପରିପ୍ରେକ୍ଷୀରେ ଇଂଲଣ୍ଡରେ ରହିବେ। ସେ ବିସିସିଆଇ ମେଡିକାଲ ଟିମ୍‌ର ନଜରରେ ରହିବେ। ଟିମ୍‌ ପରିଚାଳନା ନିଷ୍ପତ୍ତି ନେଇଛି ଯେ, ଧାଓ୍ଵନଙ୍କ ସ୍ଥିତି ଉପରେ ନଜର ରଖାଯିବ। ଧାଓ୍ଵନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା। ଧାଓ୍ଵନ କେବେ ଠାରୁ ଖେଳିବେ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ।

ଅପରପକ୍ଷେ ବିସିସିଆ ଆଜି ଅପରାହ୍ଣରେ କହିଥିଲା ଯେ, ଧାଓ୍ଵନ ତିନି ସପ୍ତାହ ଯାଏଁ ଖେଳି ପାରିବେ ନାହିଁ। ଏହା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe