ଇପିଏଲ୍‌ ହଲ୍‌ ଅଫ୍‌ ଫେମ୍‌ରେ ଶିଅର୍‌, ହେନରି

Advertisment
ଇପିଏଲ୍‌ ହଲ୍‌ ଅଫ୍‌ ଫେମ୍‌ରେ ଶିଅର୍‌, ହେନରି

ମାଞ୍ଚେ‌ଷ୍ଟର : ପୂର୍ବତନ ନ୍ୟୁକାଷ୍ଟଲ ୟୁନାଇଟେଡ୍‌ ଷ୍ଟ୍ରାଇକର ଆଲନ ଶିଅର୍‌ ଏବଂ ପୂର୍ବତନ ଆର୍ସନେଲ ଫରୱାର୍ଡ ଥିଏରି ହେନରି ଇଂଲିସ ଫୁଟ୍‌ବଲ୍‌ ପ୍ରିମିୟର ଲିଗ୍‌ର ହଲ୍‌ ଅଫ୍‌ ଫେମ୍‌ରେ ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ଶିଅର ପ୍ରିମିୟର ଲିଗ୍‌ ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍‌। ସେ ନ୍ୟୁକାଷ୍ଟଲ ଓ ବ୍ଲାକ୍‌ବର୍ନ ରୋଭର୍ସ ପକ୍ଷରୁ ୧୪ ପ୍ରିମିୟର ଲିଗ୍‌ ସଂସ୍କରଣରେ ପ୍ରତିନିଧିତ୍ବ କରି ୨୬୦ ଗୋଲ୍‌ କରିଛନ୍ତି। ଇଂଲଣ୍ଡର ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ୧୯୯୪-୯୫ରେ ବ୍ଲାକ୍‌ବର୍ନକୁ ପ୍ରିମିୟର ଲିଗ୍‌ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ପ୍ରତିଯୋଗିତାରେ ଦୁଇଟି ଭିନ୍ନ ଭିନ୍ନ ଦଳ ପକ୍ଷରୁ ୧୦୦ ଗୋଲ୍‌ ଲେଖାଏଁ କରିବାର ସେ ଏକମାତ୍ର ଖେଳାଳି ହୋଇଥିଲେ। ପୂର୍ବତନ ଫ୍ରାନ୍ସ ଖେଳାଳି ହେନରି ଅର୍ସେନଲ୍‌ ପକ୍ଷରୁ ୨୫୮ ପ୍ରିମିୟର ଲିଗ୍‌ ମ୍ୟାଚ୍‌ ଖେଳି ୧୭୫ ଗୋଲ୍‌ କରିଛନ୍ତି। ସେ ଦୁଇ ଥର ଲିଗ୍‌ ବିଜେତା ‌ହେବାର ଗୌରବ ପାଇଥିଲେ। ୨୦୦୩-୦୪ରେ ଦଳକୁ ବିଜୟୀ କରିବାରେ ହେନରିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ସେ ୨୦୦୨-୦୩ ଋତୁରେ ୨୦ ଗୋଲ୍‌ରେ ସହଭାଗିତା ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe