ପ୍ରଥମ ଟି-୨୦: ଆହତ କାରଣରୁ ଟିମରୁ ବାଦ ପଡ଼ିଲେ ଶିବମ୍ , ତିଳକଙ୍କୁ ସୁଯୋଗ

ରବିବାରଠାରୁ ଗ୍ୱାଲିୟରରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶିବମ୍ ଦୁବେ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ଚୟନ କମିଟି ଶିବମ୍ ଦୁବେଙ୍କ ସ୍ଥାନରେ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମାଙ୍କୁ ଦଳରେ ସାମିଲ କରିଛି।

cri

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ପୂର୍ବରୁ ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା ଲାଗିଛି। ଅକ୍ଟୋବର ୬ ତାରିଖ ରବିବାରଠାରୁ ଗ୍ୱାଲିୟରରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଶିବମ୍ ଦୁବେ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। 

 ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଦୁବେଙ୍କ ଆଘାତ ସମ୍ପର୍କରେ ସୂଚନା ଦେଇ କହିଛି ଯେ ସେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ବୋର୍ଡ କହିଛି ଯେ ଦୁବେଙ୍କ ପିଠିରେ ସମସ୍ୟା ରହିଛି, ଯେଉଁକାରଣରୁ ସେ ସିରିଜରେ ଭାଗ ନେଇପାରିବେ ନାହିଁ।

ଚୟନ କମିଟି ଶିବମ୍ ଦୁବେଙ୍କ ସ୍ଥାନରେ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମାଙ୍କୁ ଦଳରେ ସାମିଲ କରିଛି। ତିଲକ ପ୍ରଥମେ ଦଳରେ ଚୟନ ହୋଇନଥିବାରୁ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଏବେ ସେ ଫେରିଛନ୍ତି। ୨୧ ବର୍ଷୀୟ ତିଲକଙ୍କୁ ପୂର୍ବରୁ ଶ୍ରୀଲଙ୍କା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇନଥିଲା କିନ୍ତୁ ତାଙ୍କ ଫିଟନେସ୍ ଏହାର କାରଣ ଥିଲା। ଏହି ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ଜାନୁଆରିରେ ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ସେହିପରି ନିକଟରେ ହୋଇଥିବା ଦୁଲୀପ ଟ୍ରଫିରେ ସେ ଦୁଇଟି ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ଶତକ ମଧ୍ୟ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe