ଏସିଆ କପ୍ ପୂର୍ବରୁ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ଗମ୍ଭୀର

ବିସିସିଆଇ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅଲରାଉଣ୍ଡର ଶିବମ୍ ଦୁବେ ଗୌତମ ଗମ୍ଭୀରଙ୍କ କଥାକୁ ପୁନରାବୃତ୍ତି କରି ସମଗ୍ର ଦଳରେ ଉତ୍ସାହ ସୃଷ୍ଟି କରିଛନ୍ତି। ଦୁବେ କହିଛନ୍ତି, "ଟିମର ପରିବେଶ ବହୁତ ଭଲ ରହିଛି ତେଣୁ ମଜା ଆସୁଛି।।

New Project (20)

ନୂଆଦିଲ୍ଲୀ: ଏସିଆ କପ୍ ଏବେ ଆରମ୍ଭ ହେବାକୁ ଯାଉଛି, ପ୍ରଥମ ମ୍ୟାଚ୍  ସେପ୍ଟେମ୍ବର୯ ରେ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। 

ଟିମ୍ ଇଣ୍ଡିଆର ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ପାଇଁ ଗୁରୁବାର ଦୁବାଇରେ ପହଞ୍ଚି ଶୁକ୍ରବାର ପ୍ରଥମ ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଥିଲେ। ଏହି କ୍ରମରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ଉତ୍ସାହ ବୃଦ୍ଧି କରିଛନ୍ତି।

ଦୁବେ କହିଛନ୍ତି, "ଟିମର ପରିବେଶ ବହୁତ ଭଲ ରହିଛି ତେଣୁ ମଜା ଆସୁଛି।। ପ୍ରଶିବିସିସିଆଇ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅଲରାଉଣ୍ଡର ଶିବମ୍ ଦୁବେ ଗୌତମ ଗମ୍ଭୀରଙ୍କ କଥାକୁ ପୁନରାବୃତ୍ତି କରି ସମଗ୍ର ଦଳରେ ଉତ୍ସାହ ସୃଷ୍ଟି କରିଛନ୍ତି। କ୍ଷକ ସର୍ବଦା ପ୍ରତ୍ୟେକ ଖେଳାଳିଙ୍କୁ କହିଥାଆନ୍ତି, 'ଯେତେବେଳେ ତୁମେ ଦେଶ ପାଇଁ ଖେଳ, ତୁମ ପାଖରେ କିଛି ନୂଆ କରିବାର ସୁଯୋଗ ରହିଥାଏ। ଯାହାକୁ ଦୃଷ୍ଟିରେ ରଖି ପଡ଼ିଆକୁ ଓହ୍ଲାଇବା ଉଚିତ।’

ସୂର୍ଯ୍ୟକୁମାର ଯାଦବ ଏସିଆ କପରେ ଭାରତୀୟ ଦଳର ଅଧିନାୟକତ୍ୱ କରିବେ।  ସୂର୍ଯ୍ୟକୁମାର କହିଛନ୍ତି, "ମୋ ଚାରିପାଖରେ ଏତେ ମହାନ ଖେଳାଳିଙ୍କୁ ଦେଖିବା ଏବଂ ସେମାନଙ୍କୁ ପଡ଼ିଆରେ ଅଭ୍ୟାସ କରୁଥିବା ଦେଖିବା ଦ୍ୱାରା ମୋ ମୁହଁରେ ସବୁବେଳେ ହସ ଫୁଟିଯାଏ। ସେମାନେ ଯେପରି ନିଜ ଶରୀରକୁ ଲାଇନରେ ରଖନ୍ତି, ମୁଁ ଏସିଆ କପରେ ସେମାନଙ୍କଠାରୁ ସମାନ ଆଶା କରିବି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe