ଭାରତ ଯାଇ ମାରିକି ଆସ; ଚାମ୍ପିଅନ୍ସ ଟ୍ରଫି ବିବାଦ ମଧ୍ୟରେ ଶୋଏବଙ୍କ ବିବାଦୀୟ ବୟାନ

ଚାମ୍ପିଅନ୍ସ ଟ୍ରଫି-୨୦୨୫କୁ ନେଇ ଆରମ୍ଭ ହୋଇଥିବା ବିବାଦର ଅନ୍ତ ହୋଇନଥିବ‌ା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଷ୍ଟାର କ୍ରିକେଟର ଶୋଏବ ଅଖତର ଏକ ପାକିସ୍ତାନୀ ଚ୍ୟାନେଲରେ ବିବାଦୀୟ ବିବୃତି ଦେଇଛନ୍ତି।

EWRER

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି-୨୦୨୫କୁ ନେଇ ଆରମ୍ଭ ହୋଇଥିବା ବିବାଦର ଅନ୍ତ ହୋଇନଥିବ‌ା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଅନେକ ଦିନ ମନା କରିବା ପରେ, ପିସିବି ଶେଷରେ ଏକ ହାଇବ୍ରିଡ୍ ମଡେଲରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଖେଳିବାକୁ ରାଜି ହୋଇଛି | ଏହି ସମୟରେ ପାକିସ୍ତାନର ପୂର୍ବତନ ଷ୍ଟାର କ୍ରିକେଟର ଶୋଏବ ଅଖତର ଏକ ପାକିସ୍ତାନୀ ଚ୍ୟାନେଲରେ ବିବାଦୀୟ ବିବୃତି ଦେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି-୨୦୨୫କୁ ନେଇ ଭାରତ ଏବଂ ଆଇସିସିର ମନୋଭାବରେ ଅଖତର ଖୁସି ନଥିବା ସାମ୍ନାକୁ ଆସିଛି।

ସେ କହିଛନ୍ତି ଯେ, "ତୁମକୁ ହୋଷ୍ଟିଂ ରାଇଟ୍ସ ଏବଂ ରାଜସ୍ୱ ପାଇଁ ଟଙ୍କା ଦିଆଯାଉଛି, ସେଥିରେ କିଛି ସମସ୍ୟା ନାହିଁ। ଆମେ ବୁଝିପାରୁଛୁ। ପାକିସ୍ତାନର ଆଭିମୁଖ୍ୟ ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ଥିଲା। ଭାରତୀୟ ଖେଳାଳି କାହିଁକି ପାକିସ୍ତାନ ଆସିପାରିନଥାନ୍ତେ? ଯେତେବେଳେ ଆମ ଦେଶରେ ଆମେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବାକୁ ପ୍ରସ୍ତୁତ ଅଛୁ ଏବଂ ଭାରତୀୟ ଖେଳାଳି ଆସିବାକୁ ଚାହୁନାହାନ୍ତି, ଏଭଳି କ୍ଷେତ୍ରରେ ଆଇସିସି ଅଧିକ ହାରରେ ଆମ ସହିତ ରାଜସ୍ୱ ବାଣ୍ଟିବା ଉଚିତ୍। ଆଉ ରହିଲା ଭାରତ ଯାଇ ଖେଳିବା କଥା, ମୋ ହିସାବରେ ଆମକୁ ନିଜ ଆଡୁ ବନ୍ଧୁତାର ହାତ ବଢ଼ାଇ ଭାରତ ଯିବା ଉଚିତ୍ ଏବଂ ସେଠାରେ ଖେଳିବା ଉଚିତ୍। ମୋ ଚିନ୍ତାଧାରା ସବୁବେଳେ ଏଭଳି ରହିଆସିଛି ଯେ, ଭାରତ ଯାଅ ଏବଂ ସେଠାରେ ସେମାନଙ୍କୁ ମାରିକି(ମ୍ୟାଚରେ ହରାଇକି) ଆସ।" ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe