ନୂଆଦିଲ୍ଲୀ: ଗତ କିଛି ଦିନ ବିରାଟ ଏକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଟ୍ବିଟ କରି ସେ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଥିବା ବେଳେ ହଠାତ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା। ତେବେ ତା’ର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ଚାଞ୍ଚଲ୍ୟକର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାରତୀୟ କ୍ରିକେଟରେ ଖେଳାଳି ବିରାଟ କୋହଲିଙ୍କ ବିରୋଧରେ 'ଲବି' ଚାଲିଛି ଏବଂ ସେ ଚାପରେ ପଡ଼ି ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ସୋଏବ ଅଖତାର। ତାଙ୍କ କହିବା ମୁତାବକ, ବିରାଟଙ୍କ ପାଇଁ ଟି-୨୦ ବିଶ୍ୱକପ ଚାଲିଥିବା ସମୟ ଖୁବ କଠିନ ଥିଲା। ମୁଁ ଦୁବାଇରେ ଥିଲି ଏବଂ ମୁଁ ଜାଣିଥିଲି ଯେ ଯଦି ସେ ଟି -୨୦ ବିଶ୍ୱକପ ନଜିତନ୍ତି ତେବେ ଏହା ତାଙ୍କ ପାଇଁ ଏକ ବଡ ସମସ୍ୟା ହେବ ଏବଂ ତାହା ହିଁ ଘଟିଥଲା। ତାଙ୍କ ବିରୋଧରେ ଲବି ଚାଲିଛି ଏବଂ ତାଙ୍କ ବିପକ୍ଷରେ ଅନେକ ଲୋକ ସ୍ବର ଉଠାଇଛନ୍ତି। ଏହି କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ କୌଣସି ଦାୟିତ୍ବ ଭାର ନେଉନଥିବାରୁ ମୁଁ ଚାହୁଁଛି ସେ ଏବେ କ୍ରିକେଟକୁ ଉପଭୋଗ କରନ୍ତୁ। ସେ ମହାନ ଏବଂ ସେ ଏହା ଜାଣିବା ଉଚିତ୍। ସେ ଲୋକମାନଙ୍କ ଭୁଲକୁ ଭୁଲିଯାଇ କ୍ଷମା କରିବା ଉଚିତ୍।
ତେବେ ସୋଏବଙ୍କ ଏଭଳି ବିବାଦୀୟ ବୟାନ ପରେ ଏବେ ବିସିସିଆଇ ଉପରେ ଆଙ୍ଗୁଳି ଉଠିବା ଆରମ୍ଭ ହୋଇଯାଇଛି।
Follow Us