ଏହି ୩ଜଣ ବ୍ୟାଟରଙ୍କୁ ଆଉଟ କରିବାକୁ ଚାହୁଛନ୍ତି ଶୋଏବ ଅଖତାର

ପାକିସ୍ତାନର ପୂର୍ବତନ ବରିଷ୍ଠ ଫାଷ୍ଟ ବୋଲର ଶୋଏବ ଅଖତର ବର୍ତ୍ତମାନର ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାକୁ ଚାହୁଥିବା ଜଣାଇଛନ୍ତି। ଏଥିରେ ୩ଟି ଦେଶର ଖେଳାଳି ଅଛନ୍ତି।

sohu

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଅଖତର ବର୍ତ୍ତମାନର କ୍ରିକେଟରଙ୍କ ମଧ୍ୟରୁ ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାକୁ ଇଚ୍ଛା ଜାହିର କରିଛନ୍ତି। ସ୍ପୋର୍ଟସକିଡାକୁ ସାକ୍ଷାତକାର ଦେଇ ଅଖତର ନିଜର ୩ଟି ନାମ ଦେଇଛନ୍ତି, ଯେଉଁମାନଙ୍କୁ ସେ ଆଉଟ କରିବାକୁ ଚାହାନ୍ତି। ୩ଜଣକ ମଧ୍ୟରେ ରୋହିତ ଶର୍ମା ନଥିବା ଜଣାଯାଇଛି।

ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଅଖତରଙ୍କୁ ଯେତେବେଳେ ପଚରାଗଲା, "ବର୍ତ୍ତମାନର କ୍ରିକେଟରଙ୍କ ମଧ୍ୟରୁ କେଉଁ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଆପଣ ଆଉଟ କରିବାକୁ ଚାହୁଁଛନ୍ତି?" ସେତେବେଳେ ଉତ୍ତରରେ ଅଖତରଙ୍କ ପ୍ରଥମେ ନାମ ଥିଲା ବେନ ଷ୍ଟୋକ୍ସ। ଏହା ପରେ ସେ ଦ୍ବିତୀୟରେ ବିରାଟ କୋହଲିଙ୍କ ନାମ ନେଇଥିଲେ ଏବଂ ତୃତୀୟରେ ସେ ପାକିସ୍ତାନର ଷ୍ଟାର କ୍ରିକେଟର ବାବର ଆଜାମଙ୍କ ନାମ ନେଇଥିଲେ।

୩ଜଣକ ମଧ୍ୟରେ ରୋହିତ ଶର୍ମାଙ୍କ ନାମ ନଥିବାରୁ ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଖତାର, ବାବର ଓ ବେନ ଷ୍ଟୋକସଙ୍କୁ ରୋହିତଙ୍କଠାରୁ ଭଲ ବ୍ୟାଟର ବୋଲି ଭାବୁଥିବା ତାଙ୍କ କଥାରୁ ସ୍ପଷ୍ଟ ହୋଇଛି।

ଏ ଖବର ପଢ଼ନ୍ତୁ- https://sambad.in/entertainment/malaika-arora-is-inconsolable-after-father-dies-by-suicide-7060734

ଏ ଖବର ପଢ଼ନ୍ତୁ-

https://sambad.in/entertainment/wasim-akram-big-statement-virat-kohli-has-already-registered-his-name-in-golden-letters-in-pages-of-history-babar-azam-7060466

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe