ମୁମ୍ବାଇ: ଚଳିତ ଆଇପିଏଲ୍ରେ ଖରାପ ସମୟ ଦେଇ ଗତି କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଶୁକଅବାର ଶକ୍ତ ଝଟ୍କା ଲାଗିଛି। ଏହାର ୧୪ କୋଟି ମୂଲ୍ୟର ଖେଳାଳି ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ଆହତ ଯୋଗୁଁ ଆଦୌ ମ୍ୟାଚ୍ ନଖେଳି ପୂରା ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି। ଏନେି ଶୁକ୍ରବାର ସିଏସ୍କେ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତଥର ସିଏସ୍କେ ବିଜେତା ହେବାରେ ହିଁ ଚହରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା। ସେହିପରି କୋଲକାତା ନାଇଟ୍ ରାଇଡର୍ସ ପେସ୍ ବୋଲର ରସିକ ସଲାମ ମଧ୍ୟ ଆହତ ଯୋଗୁଁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ଦିଲ୍ଲୀ ପେସ୍ ବୋଲର ହର୍ଷିତ୍ ରାଣା କେକେଆର୍ ଦଳରେ ଯୋଡ଼ି ହୋଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ୍ ଫରହାତ୍ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।
ସିଏସ୍କେକୁ ଝଟ୍କା: ଆହତ ଦୀପକ ଚହର ପୂରା ଆଇପିଏଲ୍ରୁ ବାଦ୍
Advertisment
Follow Us