୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍‌କୁ ଝଟ୍‌କା, ପ୍ରତିଯୋଗିତା ନିର୍ଦ୍ଦେଶିକା ରୋମା ଖାନ୍ନାଙ୍କ ଇସ୍ତଫା

ଫୁଟ୍‌ବଲ୍ ଓ ହକି ପାଇଁ ‘ପେ ଆଣ୍ଡ୍ ପ୍ଲେ’ ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ଆସନ୍ତାବର୍ଷ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍ ଓ ଏଏଫ୍‌ସି ମହିଳା ଏସିଆ କପ୍‌ର ପ୍ରତିଯୋଗିତା ନିର୍ଦ୍ଦେଶିକା ପଦରୁ ରୋମା ଖାନ୍ନା ଶନିବାର ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ବିଡ୍ ଦାଖଲ କରିବାରେ ରୋମା ହିଁ ପ୍ରମୁଖ ଭୂମିକା ତୁଲାଇଥିଲେ। ତାଙ୍କୁ ମଧ୍ୟ ଏହା ପରେ ପ୍ରତିଯୋଗିତାର ନିର୍ଦ୍ଦେଶିକା ନିଯୁକ୍ତ କରାଯାଇଥିଲା।

ରୋମାଙ୍କ ନେତୃତ୍ବରେ ମଧ୍ୟ ଏଏଫ୍‌ସି ମହିଳା ଏସିଆ କପ୍ ଭାରତକୁ ଆସିଥିଲା। ତେବେ ଶନିବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ରୋମା ଏଥିରେ ଲେଖିଥିଲେ ଯେ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏଆଇଏଫ୍‌ଏଫ୍ ଓ ଫିଫାକୁ ମୁଁ ଧନ୍ୟବାଦ ଦେଉଛି। ଭାରତରେ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଆୟୋଜନର ନେତୃତ୍ବ ନେବା ମୋ ପାଇଁ ସମ୍ମାନର କଥା। ମୋ ସହ କାର୍ଯ୍ୟ କରିଥିବା ସମସ୍ତ ସହଯୋଗୀଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଦେଉଛି। ଭାରତରେ ଫୁଟ୍‌ବଲ୍‌ର ବିକାଶ ଲାଗି ରୋମାଙ୍କ ଅବଦାନ ଅତୁଳନୀୟ ବୋଲି ସର୍ବଭାରତୀୟ ଫୁଟବଲ୍‌ ମହାସଂଘର ସାଧାରଣ ସଂପାଦକ କୁଶାଲ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe