The Indian Express
କଟକ: ଭାରତ ଓ ଇ˚ଲଣ୍ଡ ପୁରୁଷ ଫାଇନାଲ୍ ବେଳେ ଭାରତକୁ ଅଲିମ୍ପିକ୍ସରେ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଦେଇଥିବା ବନ୍ଧୁକଚାଳକ ଅଭିନବ ବିନ୍ଦ୍ରା ଉପସ୍ଥିତ ଥିଲେ। ମଞ୍ଚ ଉପରେ କ୍ରୀଡ଼ାମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ପାଖରେ ବସି ଫାଇନାଲ୍ ଉପଭୋଗ କରିଥିଲା ବେଳେ ଶେଷରେ ପଦକ ବିତରଣ କରିଥିଲେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ବଂଧୁକଚାଳନାରୁ ଏକାଧିକ ପଦକ ଜିତିବା ସୁଯୋଗ ରହିଥିବା ସେ କହିଥିଲେ। ଭାରତ ଏବେ ୧ ନମ୍ବର ସ୍ଥାନରେ ରହିଛି। ତେଣୁ ଏୟାର ରାଇଫଲରେ ଆମେ ନିଶ୍ଚିତ ପଦକ ଜିତିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସୁଟି˚କୁ ବାଦ୍ ଦିଆଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏଥିପାଇଁ ଆମର ମିଳିତ ଉଦ୍ୟମ ଆବଶ୍ୟକ। ଯେଉଁ ଭଳି ଭାବେ ସୁଟି˚କୁ କାଢି ଦିଆଯାଇଛି, ସେଥିପାଇଁ ଏହାକୁ କିପରି ଫେରାଇ ଅଣାଯିବ ସେଦିଗରେ ଆମେମାନେ ଉଦ୍ୟମ କରିବା ଉଚିତ। ଆଶା ରଖିବା ପରବର୍ତ୍ତୀ ସ˚ସ୍କରଣ ବେଳକୁ ଯେପରି ସୁଟି˚ ଏହାର ଏକ ଇଭେଣ୍ଟ ଭିତରେ ଗଣାଯିବ। ଓଡ଼ିଶାରେ ଆନ୍ତର୍ଜାତିକ ଇଭେଣ୍ଟ ଆୟୋଜନ ବାବଦରେ ସେ କହିଛନ୍ତି, ଏଠାରେ ନିୟମିତ ଭାବେ ବିଶ୍ବସ୍ତରୀୟ କ୍ରୀଡ଼ା ଆୟୋଜନ କରିବା ଦ୍ବାରା ସ୍ଥାନୀୟ କ୍ରୀଡ଼ାବିତ୍ଙ୍କୁ ପ୍ରେରଣା ମିଳୁଛି। ଆମ ପାଖରେ ଅନେକ ଯୁବଗୋଷ୍ଠୀ ଅଛନ୍ତି ଯେଉଁମାନେ କ୍ରୀଡ଼ାକୁ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି। ଏହାଦ୍ବାରା କ୍ରୀଡ଼ା ସ˚ସ୍କୃତିର ବିକାଶ ହେଉଛି। ଓଡ଼ିଶା ଏହି ଇଭେଣ୍ଟଗୁଡିକୁ ସଫଳତାର ସହ ଆୟୋଜନ କରୁଥିବାରୁ ବହୁତ ଖୁସି ଲାଗୁଛି। ପୂର୍ବରୁ ହକି ଲିଗ୍ ବେଳେ ଓଡ଼ିଶା ଆସିପାରିନଥିଲେ, ତଥାପି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଦେଖିବା ପାଇଁ ମୋତେ ସୁଯୋଗ ମିଳିଛି। ବିଶେଷକରି ଏଠାରେ ସ୍କୁଲ୍ ପିଲାମାନେ ଆସି ଘରୋଇ ଦଳକୁ ଯେଭଳି ସମର୍ଥନ କରୁଛନ୍ତି, ତାହା ଚମତ୍କାର ଅନୁଭବ ବୋଲି ଅଭିନବ କହିଛନ୍ତି।
Follow Us