ବନ୍ଧୁକଚାଳନା ବିଶ୍ୱକପ୍‌

Advertisment

ସଂଗ୍ରାମଙ୍କୁ ରୌପ୍ୟ, ଅମନ୍‌ପ୍ରୀତ୍‌ଙ୍କୁ କାଂସ୍ୟ

ସଂଗ୍ରାମଙ୍କୁ ରୌପ୍ୟ, ଅମନ୍‌ପ୍ରୀତ୍‌ଙ୍କୁ କାଂସ୍ୟ

ବନ୍ଧୁକଚାଳନା ବିଶ୍ୱକପ୍‌

ନୂଆଦିଲ୍ଲୀ: ନିଜର ପଦାର୍ପଣ ବିଶ୍ୱକପ୍‌ରେ ଭାରତୀୟ ବନ୍ଧୁକ ଚାଳକ ଅମନ୍‌ପ୍ରୀତ୍‌ ସିଂହ କାଂସ୍ୟ ପଦକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ର ଚତୁର୍ଥ ଦିବସରେ ପୁରୁଷ ୫୦ ମିଟର ପିସ୍ତଲ ବର୍ଗରେ ଅମନ୍‌ପ୍ରୀତ୍‌ ୨୦୨.୨ ସଟ୍‌ ସହ ତୃତୀୟ ସ୍ଥାନ ପାଇଥିଲେ। ସେ ତୁର୍କିର ୟୁସୁଫ୍‌ ଡିକେକ୍‌ ଓ ସର୍ବିଆର ଦିମିତ୍ରିଜ୍‌ ଗ୍ରଜିକ୍‌ଙ୍କୁ ପଛରେ ପକାଇ ପଦକ କରାୟତ କରିଥିଲେ। ତେବେ ଏହି ବର୍ଗର ୭ ଜଣିଆ ଫାଇନାଲ୍‌ରେ ଅନ୍ୟତମ ଭାରତୀୟ ଜିତୁ ରାଏ (୧୨୩.୨) ସପ୍ତମ ତଥା ଶେଷ ସ୍ଥାନରେ ରହି ନିରାଶ କରିଥିଲେ। ଫଳରେ ଚଳିତ ବିଶ୍ୱକପ୍‌ରେ ଅମନ୍‌ଦୀପ୍‌ ଭାରତକୁ ପ୍ରଥମ ବ୍ୟକ୍ତିଗତ ପଦକ ଭେଟି ଦେଲେ। ଏହା ପୂର୍ବରୁ ଜିତୁ ରାଏ ଓ ହୀନା ସିଧୁ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ବର୍ଷ ବିଶ୍ୱକପ୍‌ ପର୍ଯ୍ୟାୟ-୧ରେ ଅମନ୍‌ପ୍ରୀତ୍‌ ସମାନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ଶୁକ୍ରବାର ସଂଗ୍ରାମ ଦାହିୟା ପୁରୁଷ ଡବଲ୍‌ ଟ୍ରାପ୍‌ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ସଂଗ୍ରାମ ମୋଟ ୮୦ରୁ ୭୬ ସଟ୍‌ ମାରି ଦ୍ୱିତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe