ବନ୍ଧୁକଚାଳନା ବିଶ୍ବକପ୍‌: ଅଞ୍ଜୁମ୍‌ଙ୍କୁ ରୌପ୍ୟ

Advertisment
ବନ୍ଧୁକଚାଳନା ବିଶ୍ବକପ୍‌: ଅଞ୍ଜୁମ୍‌ଙ୍କୁ ରୌପ୍ୟ

ନୂଆଦିଲ୍ଲୀ : ଆଜରବୈଜାନ୍‌ର ବକୁଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ଭାରତ ଶୁକ୍ରବାର ଦୁଇଟି ପଦକ ଅମଳ କରିଛି। ମହିଳା ୫୦ ମିଟର ରାଇଫଲ ଥ୍ରି ପୋଜିସନରେ ପୂର୍ବତନ ବିଶ୍ବ ଚାମ୍ପିଅନ୍‌ସିପ୍‌ ରୌପ୍ୟ ବିଜୟିନୀ ଅଞ୍ଜୁମ ମଦ୍‌ଗିଲ୍‌ ରୌପ୍ୟ ଜିତିଥିଲା ବେଳେ ଗୁରୁବାର ନିଜର ବ୍ୟକ୍ତିଗତ ପ୍ରଥମ ବିଶ୍ବକପ୍‌ ପଦକ ଅର୍ଜନ କରିଥିବା ସ୍ବପ୍ନୀଳ କୁସାଲେ ଆଜି ପୁରୁଷ ରାଇଫଲ ଥ୍ରି ପୋଜିସନ ଦଳଗତ ବର୍ଗରେ ମଧ୍ୟ ରୌପ୍ୟ ଜିତିଛନ୍ତି।

ମହିଳା ବର୍ଗର ସ୍ବର୍ଣ୍ଣ ପଦକ ମୁକାବିଲାରେ ଅଞ୍ଜୁମ୍‌ ୧୨-୧୬ରେ ଡେନ୍‌ମାର୍କର ରିକି ମେଙ୍ଗ୍‌ ଈବ୍‌ସେନ୍‌ଙ୍କ ନିକଟରୁ ହାରିଯାଇଥିଲେ। ସେହିପରି ସ୍ବପ୍ନୀଳ-ଦୀପକ କୁମାର-ଗୋଲ୍‌ଡି ଗୁର୍‌ଜାରଙ୍କୁ ନେଇ ଗଠିତ ପୁରୁଷ ତିନି ଜଣିଆ ଦଳ ସ୍ବର୍ଣ୍ଣ ପଦକ ମୁକାବିଲାରେ ୭-୧୭ରେ କ୍ରୋଏସିଆଠାରୁ ହାରିଯାଇଥିଲା। ତେବେ ଶୁକ୍ରବାରର ୨ ପଦକ ସହିତ ଭାରତ ଏପର୍ଯ୍ୟନ୍ତ ମୋଟ ୪ (ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ) ପଦକ ଅମଳ କରି ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କୋରିଆ ଓ ସର୍ବିୟା ଯଥାକ୍ରମେ ପଦକ ତାଲିକାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ଅନ୍ୟ ଦୁଇ ଭାରତୀୟ ମହିଳା ଆୟୂଷୀ ପୋଦାର ୧୬ତମ ଏବଂ ଆଶି ଚୌକ୍‌ସେ ୨୦ତମ ସ୍ଥାନରେ ରହି ଭାରତକୁ ନିରାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe