ବନ୍ଧୁକଚାଳନା ବିଶ୍ବକପ୍‌: ବିଜୟବୀର-ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ

Advertisment
ବନ୍ଧୁକଚାଳନା ବିଶ୍ବକପ୍‌: ବିଜୟବୀର-ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଡ. କର୍ନି ସିଂହ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ଭାରତର ସ୍ବର୍ଣ୍ଣ ପଦକ ଅମଳ ଜାରି ରହିଛି। ଶୁକ୍ରବାର ସୁଦ୍ଧା ମୋଟ ୧୨ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଭାରତ ଶନିବାର ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ମିଶ୍ରିତ ଦଳଗତ ସ୍ବର୍ଣ୍ଣ କରାୟତ କରିନେଇଛି। ବିଜୟବୀର ସିନ୍ଧୁ ଓ ତେଜସ୍ବିନୀ ଏହି ପଦକ ଭେଟି ଦେଇଛନ୍ତି। ଶନିବାର ଏହି ବର୍ଗର ଫାଇନାଲ୍‌ରେ ଭାରତୀୟଙ୍କ ମୁକାବିଲା ହୋଇଥିଲା। ସେଥିରେ ଗୁର୍‌ପ୍ରୀତ୍‌ ସିଂହ ଓ ଅଶୋକ ଅଭିଦୟା ପାଟିଲଙ୍କୁ ୯-୧ରେ ପରାସ୍ତ କରି ବିଜୟବୀର-ତେଜସ୍ବିନୀ ଯୋଡ଼ି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଫଳରେ ଏହି ବର୍ଗରେ ଭାରତକୁ ସ୍ବର୍ଣ୍ଣ ଓ ରୌପ୍ୟ ମିଳିଯାଇଥିଲା। ଯୋଗ୍ୟତାପର୍ଯ୍ୟାୟରେ ୧୬ ବର୍ଷ ବୟସ୍କା ତେଜସ୍ବିନୀ ଓ ୧୮ ବର୍ଷ ବୟସ୍କ ସିଦ୍ଧୁ ୩୬୮ ସ୍କୋର୍‌ କରିଥିଲା ବେଳେ ଗୁର୍‌ପ୍ରୀତ୍‌-ପାଟିଲ ୩୭୦ ସ୍କୋର୍‌ ସହ ଶୀର୍ଷରେ ରହିଥିଲେ। ଏହା ପୂର୍ବରୁ ସିଦ୍ଧୁ ଶୁକ୍ରବାର ୨୫ ମିଟର ରାପିଡ୍ ଫାୟାର ପିସ୍ତଲ ବ୍ୟକ୍ତିଗତ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ସେ ଅନିଶ ଭନୱାଲା ଓ ଗୁର୍‌ପ୍ରୀତ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଶନିବାର ସୁଦ୍ଧା ଏହି ବିଶ୍ବକପ୍‌ରେ ଭାରତ ୨୭ ପଦକ (୧୩ ସ୍ବର୍ଣ୍ଣ, ୮ ‌ରୌପ୍ୟ, ୬ କାଂସ୍ୟ) ଜିତି ତାଲିକାର ଶୀର୍ଷ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe