ବନ୍ଧୁକଚାଳନା ବିଶ୍ବକପ୍‌: ମୈରାଜଙ୍କୁ ଐତିହାସିକ ସ୍ବର୍ଣ୍ଣ

Advertisment
ବନ୍ଧୁକଚାଳନା ବିଶ୍ବକପ୍‌: ମୈରାଜଙ୍କୁ ଐତିହାସିକ ସ୍ବର୍ଣ୍ଣ

ଚାଙ୍ଗ୍‌ୱନ୍‌ (ଦକ୍ଷିଣ କୋରିଆ): ଭେଟେରାନ ଭାରତୀୟ ବନ୍ଧୁକଚାକଳ ମୈରାଜ ଅହମ୍ମଦ ଖାନ ସୋମବାର ଆଇଏସ୍‌ଏସ୍‌ଏଫ୍‌ ବନ୍ଧୁକଚାଳନା ବିଶ୍ବକପ୍‌ ସ୍କିଟ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ବିଶ୍ବକପ୍‌ରେ ସେ ଏହି ସଫଳତା ପାଇଛନ୍ତି। ୪୦ ସଟ୍‌ ଫାଇନାଲ୍‌ରେ ୪୬ ବର୍ଷୀୟ ଏହି ଉତ୍ତରପ୍ରଦେଶ ତାରକା ୩୭ ସଟ୍‌ ‌ସଫଳତାର ସହ ମାରି କୋରିଆର ମିଂଶୁ (୩୬)ଙ୍କୁ ପଛରେ ପକାଇଥିଲେ। ମିଂଶୁ ରୌପ୍ୟ ଜିତିଥିଲା ବେଳେ ବ୍ରି‌ଟେନ୍‌ର ବେନ୍‌ ଲେୱେଲିନ (୨୬) କାଂସ୍ୟ ପାଇଥିଲେ। ୨ ଥରର ଅଲିମ୍ପିଆନ୍‌ ମୈରାଜ ଏହି ପ୍ରତିଯୋଗିତାରେ ଭାରତର ସବୁଠୁ ବୟୋଜ୍ୟୋଷ୍ଠ ଖେଳାଳି ଥିଲେ। ସେ ୨୦୧୬ ରିଓ ଡି’ଜେନିରୋ ବିଶ୍ବକପ୍‌ରେ ରୌପ୍ୟ ପଦକ ଜିତିଥିଲେ।

ମହିଳା ୫୦ ମିଟର ରାଇଫଲ ଥ୍ରି ପୋଜିସନ ଦଳୀୟ ଇଭେଣ୍ଟ୍‌ରେ ଅଞ୍ଜୁମ ମୌଦଗିଲ, ଆଶି ଚୌକ୍‌ସି ଓ ସିଫ୍ଟ କୌର ଶର୍ମା ନେଇ ଗଠିତ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିଲା। କାଂସ୍ୟ ମୁକାବିଲା ମ୍ୟାଚ୍‌ରେ ଭାରତ ୧୬-୬ରେ ଅଷ୍ଟ୍ରେଲୀୟ ଦଳ ଶିଲେନ ୱାଇବେଲ, ନାଦିନ୍‌ ଉଙ୍ଗରାଙ୍କ ଓ ରେବିକା କୋଏକଙ୍କୁ ପରାସ୍ତ କରିଥିଲେ। ସୋମବାର ଏହି ଦୁଇ ପଦକ ସହ ମୋଟ ୧୩ (୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ) ପଦକ ସହ ତାଲିକାର ଶୀର୍ଷରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe