ଭୋପାଳ: ଏଠାରେ ବୁଧବାରଠୁ ଆରମ୍ଭ ହୋଇଥିବା ଆଇଏସ୍ଏସ୍ଏଫ୍ ସୁଟିଂ ବିଶ୍ବକପ୍ର ପ୍ରଥମ ଦିନରେ ଭାରତ ୨ଟି ପଦକ ଜିତିଛି। ୧୦ ମିଟର ଏୟାର ପିସ୍ତଲରେ ସର୍ବଜୋତ ସିଂହ ଓ ବରୁଣ ତୋମାର ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ଜିତି ଭାରତକୁ ଏହି ଦୁଇ ପଦକ ଭେଟି ଦେଇଥିଲେ। ଫାଇନାଲ୍ରେ ସର୍ବଜୋତ ୧୬-୦ରେ ଆଜରବୈଜାନର ରୁସଲାନ ଲୁନେଭଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ବରୁଣ ତୃତୀୟ ସ୍ଥାନରେ ରହି ଭାରତ ପାଇଁ ଯୁଗଳ ଖୁସି ଆଣିଥିଲେ। ବିଶ୍ବ ବିଜେତା ଲିଉ ଜିନ୍ୟାଓ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ରୢାଙ୍କିଂ ମ୍ୟାଚ୍ରେ ସର୍ବଜୋତ ସିଂହ (୨୫୩.୨) ପ୍ରଥମ ସ୍ଥାନ ଏବଂ ଲୁନେଭ (୨୫୧.୯) ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ରେ ପହଞ୍ଚିଥିଲେ। ବରୁଣ (୨୫୦.୩) ତୃତୀୟ ସ୍ଥାନରେ ରହି ସ୍ବର୍ଣ୍ଣ ଦୌଡ଼ରୁ ବାଦ୍ ପଡ଼ିଥିଲେ ମଧ୍ୟ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।
ସୁଟିଂ ବିଶ୍ବକପ୍: ସର୍ବଜୋତ୍ଙ୍କୁ ପ୍ରଥମ ସ୍ବର୍ଣ୍ଣ
Advertisment
Follow Us