ସଟ୍‌ଗନ୍‌ ବିଶ୍ବ ବନ୍ଧୁକଚାଳନା: ଭାରତୀୟ କନିଷ୍ଠ ପୁରୁଷ ଟ୍ରାପ୍‌ ଦଳକୁ ସ୍ବର୍ଣ୍ଣ

Advertisment
ସଟ୍‌ଗନ୍‌ ବିଶ୍ବ ବନ୍ଧୁକଚାଳନା: ଭାରତୀୟ କନିଷ୍ଠ ପୁରୁଷ ଟ୍ରାପ୍‌ ଦଳକୁ ସ୍ବର୍ଣ୍ଣ

Times of India

ଓସିଜେକ୍‌ (କ୍ରୋଏସିଆ) : ଆଇଏସ୍‌ଏସ୍‌ଏଫ୍‌ ସଟ୍‌ଗନ୍‌ ବିଶ୍ବ ପ୍ରତିଯୋଗିତାରେ ଭାରତୀୟ କନିଷ୍ଠ ପୁରୁଷ ଟ୍ରାପ୍‌ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛି। ଶପଥ ଭରଦ୍ବାଜ, ଶାର୍ଦୁଲ ବିହାନ ଏବଂ ଆର୍ଯ୍ୟ ବଂଶ ତ୍ୟାଗୀଙ୍କୁ ନେଇ ଗଠିତ ଭାରତୀୟ ଦଳ ଶନିବାର ଫାଇନାଲ୍‌ରେ ଇଟାଲିକୁ ୬-୪ରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାତେଇଛି। ଏଡୁଆର୍ଡୋ ଆଣ୍ଟୋନିଓଲି, ଏମାନୁଏଲ ଲେଜି ଓ ଜିଆନ୍‌ମାର୍କୋ ବାର୍ଲେଟ୍ଟାଙ୍କୁ ନେଇ ଗଠିତ ଶକ୍ତିଶାଳୀ ଇଟାଲି ଆରମ୍ଭରୁ ୪-୦ରେ ଆଗୁଆ ରହିଥିଲା। ହେଲେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ମରଣୀୟ ବିଜୟ ହାସଲ କରିଥିଲା। ଯୋଗ୍ୟତାପର୍ଯ୍ୟାୟରେ ଭାରତର ତ୍ରିରଥୀ ମିଳିତ ଭାବେ ୨୦୫ ସଟ୍‌ ମାରି ଇଟାଲି (୨୦୬) ପଛକୁ ଦ୍ବିତୀୟରେ ରହିଥିଲେ। ହେଲେ ସ୍ବର୍ଣ୍ଣ ମୁକାବିଲାରେ ବାଜି ମାରିନେଇଥିଲା। ଏହା ମଧ୍ୟ ଚଳିତ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ପଦକ। ଏହି ଇଭେଣ୍ଟରେ ଆମେରିକା କାଂସ୍ୟ ପଦକ ଜିତିଥିଲା। ଅନ୍ୟପକ୍ଷରେ ପ୍ରୀତି ରଜକ, ସାବିରା ହାରିସ୍‌ ଓ ଆଦ୍ୟା ତ୍ରିପାଠୀଙ୍କୁ ଗଠିତ ଭାରତୀୟ କନିଷ୍ଠ ଦଳ ଯୋଗ୍ୟତାପର୍ଯ୍ୟାରେ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe