ଅଲିମ୍ପିକ୍ସ ଯାଇ ପଦକ ଆଣିବାର ନଥିଲା; ଖେଳ ରତ୍ନ ନମିଳିବାରୁ ଏଭଳି କହିଲେ ମନୁ

Advertisment

ଅଲିମ୍ପିକ୍ସ ଯାଇ ପଦକ ଆଣିବାର ନଥିଲା। ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ସୁଟର ମନୁ ଭାକର ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ନହେବାରୁ ଏଭଳି କହିଛନ୍ତି।

ଅଲିମ୍ପିକ୍ସ ଯାଇ ପଦକ ଆଣିବାର ନଥିଲା। ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ସୁଟର ମନୁ ଭାକର ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ନହେବାରୁ ଏଭଳି କହିଛନ୍ତି।

manublll

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ସୁଟର ମନୁ ଭାକରଙ୍କୁ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇନାହିଁ। ୩୦ଜଣକ ମଧ୍ୟରେ ତାଙ୍କ ନାମ ନାହିଁ। ଅଲିମ୍ପିକ୍ ଗେମ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ମନୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ବିବେଚିତ ନହେବାରୁ ଖୁସି ନଥିବା ସାମ୍ନାକୁ ଆସିଛି। 

କ୍ରୀଡା ମନ୍ତ୍ରାଳୟ ଦାବି କରିଛି ଯେ, ମନୁ ପୁରସ୍କାର ପାଇଁ ତାଙ୍କ ନାମ ପଠାଇ ନଥିଲେ। ହେଲେ ଏହାକୁ ମନୁ ଅସ୍ୱୀକାର କରିଛନ୍ତି। ମନୁ ଦାବି କରିଛନ୍ତି ଯେ, ସେ ପୁରସ୍କାର ପାଇଁ ଅନଲାଇନ୍ ପୋର୍ଟାଲରେ ତାଙ୍କ ନାମ ପଠାଇଥିଲେ। ଏହା ସତ୍ତ୍ବେ ବି ତାଙ୍କୁ ୩୦ଜଣକ ମଧ୍ୟରେ ସ୍ଥାନ ମିଳିନାହିଁ। ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ମନୁ ଭକରଙ୍କ ପିତା କ୍ରୀଡା ମନ୍ତ୍ରାଳୟ ଏବଂ ଖେଳ ରତ୍ନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଥିବା କମିଟି ଉପରେ ନିଜର ବିରକ୍ତି ପ୍ରକାଶ କରିଛନ୍ତି। 

ସେ କହିଛନ୍ତି ଯେ, "ମୁଁ ମନୁଙ୍କୁ ସୁଟର ନକରି କ୍ରିକେଟର କରିଥିଲେ ଭଲ ହୋଇଥାନ୍ତା। ଏଭଳି କରିଥିଲେ ସମସ୍ତ ପୁରସ୍କାର ଏବଂ ପ୍ରଶଂସା ତାଙ୍କ ପାଖକୁ ଆସିଥାନ୍ତା। ସେ ସମାନ ସଂସ୍କରଣରେ ଦୁଇଟି ଅଲିମ୍ପିକ୍ ପଦକ ଜିତିଥିଲେ, ପୂର୍ବରୁ କେହି ତାହା କରିନଥିଲେ। ମୋ ଝିଅଠାରୁ କ୍ରୀଡ଼ା ମନ୍ତ୍ରାଳୟ ଆଉ ଅଧିକ କ’ଣ ଆଶା ରଖିଥିଲା। ସରକାର ମନୁଙ୍କ ପରିଶ୍ରମକୁ ସମ୍ମାନ ଦେବାର ଥିଲା। ମୁଁ ମନୁଙ୍କ ସହ କଥା ହୋଇଛି। ସେ ବହୁତ ନିରାଶ ଅଛନ୍ତି। ଖେଳ ରତ୍ନ ପାଇଁ ନାମ ଘୋଷଣା ପରେ ସେ ମୋତେ କହିଲେ ଯେ, ମୋତେ ଅଲିମ୍ପିକ୍ସ ଯିବାର ନଥିଲା ଓ ଦେଶ ପାଇଁ ପଦକ ଆଣିବାର ନଥିଲା। ଏହା ସହ ମୋତେ ସୁଟର ହିଁ ହେବାର ନଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe