ଭୁବନେଶ୍ବର: ବୁଲଗେରିଆର ସୋଫିଆରେ ଜୁଲାଇ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ଵ କ୍ୟାଡେଟ୍ ଟାଏକୋଣ୍ଡୋ ପ୍ରତିଯୋଗିତା ଲାଗି ଓଡ଼ିଆ ଝିଅ ଶ୍ରଦ୍ଧା ସୁମନ ସାହୁ ମନୋନୀତ ହୋଇଛନ୍ତି। ଶ୍ରଦ୍ଧା ସୁମନ ୫୯ କିଲୋଗ୍ରାମରୁ ଊର୍ଧ୍ବ ଓଜନ ବର୍ଗରେ ଅଂଶଗ୍ରହଣ କରିବେ। ସାରା ବିଶ୍ବରୁ ୧୫୦ରୁ ଊର୍ଧ୍ବ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ। କଟକ ସିଡିଏ ଡିଏଭି ପବ୍ଲିକ୍ ସ୍କୁଲ୍ ଛାତ୍ରୀ ଶ୍ରଦ୍ଧା ସୁମନ ହେଉଛନ୍ତି ଜିତେନ୍ଦ୍ର ଓ ସ୍ନିଗ୍ଧା ରାଣୀ ସାହୁଙ୍କ କନ୍ୟା। ଓଡିଶା ଟାଏକୋଣ୍ଡୋ ସଂଘ ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ, ଓଡିଶା କରାଟେ ସଂଘ ସଂପାଦକ ଗୌରୀ ମହାନ୍ତି ,ଏସୀୟ ଶକ୍ତିଉତ୍ତୋଳନ ସଂଘ ସ୍ଵର୍ଣ୍ଣ ପଦକ ବିଜୟିନୀ ଅନୁପମା ସ୍ଵାଇଁ, ଓଡିଶା ଟାଏକୋଣ୍ଡୋ ସଂଘ ସଭାପତି ସୁନ୍ଦରମଣି ପଟେଲ, ସଂପାଦକ ଚିନ୍ମୟ ବେହେରା ଶ୍ରଦ୍ଧା ସୁମନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଛା ଜଣାଇଛନ୍ତି। ଶ୍ରଦ୍ଧା ସୁମନ ପ୍ରଥମ ଓଡ଼ିଆ ଝିଅ ଭାବେ ଭାରତୀୟ କ୍ୟାଡେଟ ଦଳରେ ସ୍ଥାନ ପାଇଛନ୍ତି। ଆଗକୁ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବା ସହ ଅଲିମ୍ପିକ୍ ପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି ପ୍ରକାଶ କରିଛନ୍ତି ସେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us