ପ୍ରଥମ ଥର ଭୋଟ୍‌ ଦେଲେ ଶ୍ରାବଣୀ

Advertisment
ପ୍ରଥମ ଥର ଭୋଟ୍‌ ଦେଲେ ଶ୍ରାବଣୀ

ଫୁଲବାଣୀ: ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ କରିଛନ୍ତି ଦୌଡ଼ରାଣୀ ଅଲିମ୍ପିଆନ ଶ୍ରାବଣୀ ନନ୍ଦ। କନ୍ଧମାଳ ମାଟିର ଝିଅ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଶ୍ରାବଣୀ ଫୁଲବାଣୀସ୍ଥିତ ଏଜେଓ ହାଇସ୍କୁଲ ମତଦାନ କେନ୍ଦ୍ରକୁ ଆସି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ଅବସରରେ ସେ କହିଲେ, ପ୍ରଥମ ଥର ଭୋଟ୍‌ ଦେବା ବେଳେ ମନରେ ଏକ ପ୍ରକାର ନୂଆ ଉନ୍ମାଦନା ସୃଷ୍ଟି ହୋଇଥିଲା। ଭୋଟ୍‌ ଦେଇ ସେ ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ନିର୍ବାହ କରିଛନ୍ତି। ପ୍ରତି ଭାରତବାସୀ ଭୋଟଦାନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଶ୍ରାବଣୀ ‌ଅନ୍ୟ ଭୋଟର୍‌ଙ୍କ ଗହଣରେ ଶୃଙ୍ଖଳିତ ଭାବେ ଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ। ଭୋଟ୍‌ ଦେବାକୁ ଆସିଥିବା ବେଳେ ତାଙ୍କ ସହିତ ବାପା ବନବିହାରୀ ନନ୍ଦ, ମାଆ ଏବଂ ଦାଦା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳସୂଚୀ ବ୍ୟସ୍ତତା କାରଣରୁ ଶ୍ରାବଣୀ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ବେଳେ ଓଡ଼ିଶାରେ ନଥିବାରୁ ଭୋଟ୍‌ ଦେଇପାରି ନଥିଲେ। ଫୁଲବାଣୀ ସହରର କବି ବନବିହାରୀ ନନ୍ଦଙ୍କ ଝିଅ ଶ୍ରାବଣୀ ୪୦୦ ମିଟର, ୨୦୦ ମିଟର ଓ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ପଦକ ଜିତିଛନ୍ତି। ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୨୭ତମ ଜାତୀୟ ଫେଡେରେସନ୍‌ ଦୌଡକୁଦ ପ୍ରତିଯୋଗିତାରେ ସେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe