ଏସୀୟ ଦିବ୍ୟାଙ୍ଗ ବାହୁକୁସ୍ତିରେ ଶ୍ରୀମାନ୍‌ଙ୍କୁ କାଂସ୍ୟ

Advertisment
ଏସୀୟ ଦିବ୍ୟାଙ୍ଗ ବାହୁକୁସ୍ତିରେ ଶ୍ରୀମାନ୍‌ଙ୍କୁ କାଂସ୍ୟ

କାଜାକସ୍ଥାନ: ଏଠାରେ ଚାଲିଥିବା ଏସୀୟ ଦିବ୍ୟାଙ୍ଗ ବାହୁକୁସ୍ତି ପ୍ରତିଯୋଗିତାରେ ଭାରତର ଶ୍ରୀମାନ୍‌ ଝା କାଂସ୍ୟ ପଦକ ଜିତିଛନ୍ତି। ସେ ୮୦ କେଜି ବର୍ଗରେ ଦେଶ ପାଇଁ ଏହି ପଦକ ହାସଲ କରିଛନ୍ତି। ଛତିଶଗଡ଼ର ଏହି ୨୭ ବର୍ଷ ବୟସ୍କ ଶ୍ରୀମାନ୍‌ ୪ ଆଙ୍ଗୁଠି ନେଇ ଜନ୍ମ ହୋଇଥିଲେ। ୨୦୧୦ରୁ ବାହୁକୁସ୍ତିକୁ ଆଦରି ନେଇଥିବା ଶ୍ରୀମାନ୍‌ ୨୦୧୩ରୁ ଭାରତ ପାଇଁ ପ୍ରତିନିଧିତ୍ୱ କରିଆସୁଛନ୍ତି। ୨୦୧୬ରେ ପୋଲାଣ୍ଡ୍‌ ବିଶ୍ୱ କପ୍‌କୁ ଶ୍ରୀମାନ୍‌ ଯୋଗ୍ୟତା ହାସଲ କରିଥିଲେ। ଆଉ ସେହି ବିଶ୍ୱକପ୍‌ରେ ଶ୍ରୀମାନ୍‌ ମଧ୍ୟ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ। ଏକ ଘରୋଇ କଂପାନିରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଶ୍ରୀମାନ୍‌ ମଧ୍ୟ ବିଶ୍ୱ ପ୍ରତିଯୋଗିତାରେ ୫ ଥର ପଦକ କରାୟତ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe