ଡେବ୍ୟୁ ଟେଷ୍ଟ୍‌ରେ ଶତକ ହାସଲ କରିବାରେ ୧୬ଶ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ଶ୍ରେୟସ ଆୟର୍

Advertisment
ଡେବ୍ୟୁ ଟେଷ୍ଟ୍‌ରେ ଶତକ ହାସଲ କରିବାରେ ୧୬ଶ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ଶ୍ରେୟସ ଆୟର୍

Image Courtesy of India Today

କାନପୁର: ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ନବାଗତ ବ୍ୟାଟ୍‌ସ୍‌ମ୍ୟାନ୍‌ ଶ୍ରେୟସ୍‌ ଆୟର୍‌ ଚମତ୍କାର ଶତକ ହାସଲ କରିବା ସହ ‘ଡେବ୍ୟୁ ମ୍ୟାଚ୍‌’ରେ ଶତକ ହାସଲ କରିବାରେ ୧୬ଶ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି।

ଶ୍ରେୟସ୍‌ଙ୍କ ପୂର୍ବରୁ ‘ଟେଷ୍ଟ୍‌ ଡେବ୍ୟୁ’ରେ ଶତକ ହାସଲ କରିଥିବା ଅନ୍ୟ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ମାନେ ହେଲେ, ଲାଲା ଅମରନାଥ, ଦୀପକ ଶୋଧନ, ଏଜି କୃପାଳ, ଆବ୍ବାସ୍‌ ଅଲି ବୈଗ୍‌, ହନୁମନ୍ତ ସିଂହ, ଗୁଣ୍ଡପ୍ପା ବିଶ୍ବନାଥ, ସୁରେନ୍ଦ୍ର ଅମରନାଥ, ମହମ୍ମଦ ଆଝାରୁଦ୍ଦିନ, ପ୍ରବୀଣ ଆମ୍‌ରେ, ସୌରଭ ଗାଙ୍ଗୁଲୀ, ବୀରେନ୍ଦ୍ର ସେହୱାଗ୍‌, ସୁରେଶ ରୈନା, ଶିଖର ଧାୱନ୍‌, ରୋହିତ ଶର୍ମା ଏବଂ ପୃଥ୍ବୀ ଶ।

publive-image Image Courtesy of NDTV

ଗତକାଲି ଖେଳର ପ୍ରଥମ ଦିବସରେ ନିଜର ରନ୍‌ ସଂଗ୍ରହ ପାଇଁ ଆୟର୍‌ ଅନେକ ଚେଷ୍ଟା କରି ବିଫଳ ହେଉଥିଲେ। କିନ୍ତୁ, ଅବିଳମ୍ବେ ରନ୍‌ ସଂଗ୍ରହ ପାଇଁ ସେ ନିରାପଦ ଉପାୟ କରିଥିଲେ। ସ୍ବାଭାବିକ ଭାବେ ନିଉଜିଲାଣ୍ଡ୍‌ ‌ସ୍ପିନର୍‌ମାନଙ୍କ ବଲ୍‌ ଖେଳିବା ପାଇଁ ପ୍ରଥମେ ତାଙ୍କୁ ଗ୍ରିନ୍‌ ପାର୍କର ମାନ୍ଦା ଅବସ୍ଥା ସହ ଖାପ ଖାଇବାକୁ ପଡ଼ିଥିଲା। ଏହା ପରେ ସେ ତାଙ୍କର ସହଜସୁଲଭ ଆକ୍ରମଣାତ୍ମକ ଶୈଳୀରେ ଖେଳ ପ୍ରଦର୍ଶନ କରିଥିଲେ।

ଗତକାଲି କିଂବଦନ୍ତି ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ସୁନୀଲ୍‌ ଗାଭାସ୍କର୍‌ଙ୍କ ଠାରୁ ‘ଟେଷ୍ଟ୍‌ କ୍ୟାପ୍‌’ ଗ୍ରହଣ କରିଥିବା ଶ୍ରେୟସ ହେଉଛନ୍ତି କାନପୁରରେ ‘ଡେବ୍ୟୁ’ କରି ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ ଖେଳାଳି। ତାଙ୍କ ପୂର୍ବରୁ ୧୯୬୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବିଶ୍ବନାଥ ‘ଡେବୁ’ରେ ଶତକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe