ଆଇପିଏଲ ୨୦୨୫: ଶ୍ରେୟସଙ୍କୁ ଆଇସିସି ଦେଲା ବଡ଼ ପୁରସ୍କାର

Advertisment

ଇତିହାସରେ ଦ୍ୱିତୀୟ ଘଟଣା; ଦୁଇଜଣ ଭାରତୀୟ ପୁରୁଷ ଖେଳାଳିଙ୍କୁ କ୍ରମାଗତ ଭାବରେ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ମିଳିଛି।୨୦୨୧ ମସିହାରେ ପ୍ରଥମ ଥର ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ  ପୁରସ୍କାର ଲଗାତାର ୩ ଜଣ ଭାରତୀୟ ପୁରୁଷ ଖେଳାଳି ଜିତିଥିଲେ।

ଇତିହାସରେ ଦ୍ୱିତୀୟ ଘଟଣା; ଦୁଇଜଣ ଭାରତୀୟ ପୁରୁଷ ଖେଳାଳିଙ୍କୁ କ୍ରମାଗତ ଭାବରେ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ମିଳିଛି।୨୦୨୧ ମସିହାରେ ପ୍ରଥମ ଥର ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ  ପୁରସ୍କାର ଲଗାତାର ୩ ଜଣ ଭାରତୀୟ ପୁରୁଷ ଖେଳାଳି ଜିତିଥିଲେ।

yuru7

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସର ଅଧିନାୟକତ୍ୱ କରୁଥିବା ଭାରତୀୟ କ୍ରିକେଟର ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଆଧାରରେ ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଜିତିଛନ୍ତି। ଆୟର ନ୍ୟୁଜିଲ୍ୟାଣ୍ଡର ଜାକବ ଡଫି ଏବଂ ରାଚିନ ରବିନ୍ଦ୍ରଙ୍କୁ ପରାସ୍ତ କରି ଏହି ପୁରସ୍କାର ଜିତିଛନ୍ତି।

ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ୨୪୩ ରନ ସ୍କୋରର ଥିଲେ ଏବଂ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆୟର ଏହି ପୁରସ୍କାର ଜିତିବା ଅର୍ଥ ହେଉଛି ଭାରତ ଲଗାତାର ଦୁଇଥର ଏହି ପୁରସ୍କାର ଜିତିଛି। ଶୁଭମନ ଗିଲ ଫେବୃଆରି ମାସରେ ଏହି ପୁରସ୍କାର ଜିତିଥିଲେ। ଇତିହାସରେ ଏହା କେବଳ ଦ୍ୱିତୀୟ ଥର ଯେ ଦୁଇଜଣ ଭାରତୀୟ ପୁରୁଷ ଖେଳାଳି କ୍ରମାଗତ ଭାବରେ ଏହି ପୁରସ୍କାର ଜିତିଛନ୍ତି।

୨୦୨୧ ମସିହାରେ ପ୍ରଥମ ଥର ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ  ପୁରସ୍କାର ଲଗାତାର ୩ ଜଣ ଭାରତୀୟ ପୁରୁଷ ଖେଳାଳି ଜିତିଥିଲେ। ଜାନୁଆରି ପାଇଁ ରିଷଭ ପନ୍ତ, ଫେବୃଆରି ପାଇଁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ମାର୍ଚ୍ଚ ପାଇଁ ଭୁବନେଶ୍ୱର କୁମାରଙ୍କୁ ପୁରସ୍କାର ମିଳିଥିଲା। ସେବେଠାରୁ ଏହି ପୁରସ୍କାର ଆଇସିସି ଦ୍ୱାରା ଲଗାତାର ଦୁଇଥର ଭାରତୀୟ ଖେଳାଳିଙ୍କୁ ଦିଆଯିବା ଘଟଣା କେବେ ଘଟି ନଥିଲା। ଏବେ ଇତିହାସରେ ଦ୍ୱିତୀୟ ଥର ପାଇଁ ଏହା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe