ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର କୋଲକାତା ନାଇଟ୍ ରାଇଡର୍ସ ସହିତ ଥିବା ମ୍ୟାଚ୍ ପୂର୍ବରୁ ଶ୍ରେୟସ ଆୟର ଏବଂ ତାଙ୍କ ଦଳ ପାଇଁ ନିରାଶଜନକ ଖବର ସାମ୍ନାକୁ ଆସିଛି।
ଦଳରେ ସାମିଲ ଥିବା ଦ୍ରୁତ ବୋଲର ଲକି ଫର୍ଗୁସନ୍ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି। ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ୍ ସମୟରେ ଲକି ଗୁରୁତର ଆହତ ହୋଇଥିଲେ। ଏହାପରେ ସେ ପଡ଼ିଆ ଛାଡି ଦେଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ‘ଲକି ଫର୍ଗୁସନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାହାରେ ଅଛନ୍ତି । ଟୁର୍ଣ୍ଣାମେଣ୍ଟ ଶେଷ ସୁଦ୍ଧା ସେ ଫେରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଷଷ୍ଠ ଓଭରର ଦ୍ୱିତୀୟ ବଲରେ ଫର୍ଗୁସନ୍ଙ୍କ ବାମ ଗୋଡ଼ରେ, ଅଣ୍ଟା ତଳେ ଆଘାତ ଲାଗିଥିଲା। ଏହାପରେ ଲକି ଚିକିତ୍ସକଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଦ୍ରୁତ ବୋଲର ଲକି ଓଭର ମଝିରୁ ପଡ଼ିଆ ଛାଡ଼ି ଦେଇଥିଲେ। ହାଇଦ୍ରାବାଦ ଏହି ମ୍ୟାଚ୍ ୮ ୱିକେଟରେ ଜିତିଥିଲା।
ନିଲାମରେ ଫର୍ଗୁସନ୍ଙ୍କୁ ପଞ୍ଜାବ କିଙ୍ଗସ୍ ୨ କୋଟି ଟଙ୍କାରେ କିଣିଥିଲା। ସେ ଆଇପିଏଲ ଇତିହାସର ଦ୍ୱିତୀୟ ଦ୍ରୁତତମ ବୋଲର, ଯିଏ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିବା ସମୟରେ ୧୫୭.୩ କିଲୋମିଟର ପ୍ରତି ଘଣ୍ଟା ବେଗ ବୋଲିଂ କରିଥିଲେ।
କିଛି ଦିନ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟର ମଧ୍ୟ କହିଥିଲେ ଯେ ସେ ଦଳ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ବୋଲର କାରଣ ସେ ସବୁବେଳେ ୧୪୦ କିଲୋମିଟର ଘଣ୍ଟା ବେଗରେ ବୋଲିଂ କରନ୍ତି।
Follow Us