‘ଆଇପିଏଲ୍’ ନିଲାମ୍: ସର୍ବାଧିକ ୧୨.୨୫ କୋଟି ଟଙ୍କାରେ ଶ୍ରେୟସ୍ ଆୟେର୍‌ଙ୍କୁ କିଣିଲା ‘କୋଲ୍‌କାତା ନାଇଡ୍ ରାଇଡର୍ସ’

ଆଇପିଏଲ୍ ପ୍ରସାରଣ ଅଧିକାର ଦର ୪୪,୦୦୦ କୋଟି ଛୁଇଁଲା

Image Courtesy of India Today

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁରେ ଚାଲିଥିବା ‘ଆଇପିଏଲ୍‌’ ନିଲାମ୍‌ ୨୦୨୨ରେ ସର୍ବାଧିକ ମୂଲ୍ୟରେ ନିଲାମ୍‌ ହୋଇଛନ୍ତି ଶ୍ରେୟସ୍‌ ଆୟେର୍‌। ତାଙ୍କୁ ୧୨.୨୫ କୋଟି ଟଙ୍କାରେ ନିଲାମ ଧରିଛି ‘କୋଲ୍‌କାତା ନାଇଡ୍‌ ରାଇଡର୍ସ’।

‘ଆଇପିଏଲ୍‌’ ଅଧ୍ୟକ୍ଷ ବ୍ରଜେଶ ପଟେଲ୍‌ଙ୍କ ଉଦ୍‌ଘାଟନୀ ଅଭିଭାଷଣ ସହ ଆଜି ମଧ୍ୟାହ୍ନ ୧୨ଟାରେ ନିଲାମ ଆରମ୍ଭ ହୋଇଥିଲା। ନିଲାମକାରୀ ହେଉଛନ୍ତି ଇଂଲଣ୍ଡ୍‌ର ହଗ୍‌ ଏଡ୍‌ମିଡିସ୍‌।

ନିଲାମ ଆରମ୍ଭରେ ପ୍ରଥମ ଖେଳାଳି ଭାବେ ବିକ୍ରୟ ହୋଇଥିଲେ ଶିଖର୍‌ ଧାୱନ୍। ‘ପଞ୍ଜାବ କିଙ୍ଗ୍ସ୍‌’ ତାଙ୍କୁ ୮.୨୫ କୋଟି ଟଙ୍କାରେ ଖରିଦ କରିଥିଲା।

ସେହିପରି ଭାରତୀୟ ସ୍ପିନର୍‌ ଆର୍‌. ଅଶ୍ବିନୀଙ୍କୁ ୫ କୋଟି ଟଙ୍କାରେ ‘ରାଜସ୍ଥାନ ରୟାଲ୍‌’କୁ ବିକ୍ରୟ କରାଯାଇଛି। ଅଷ୍ଟ୍ରେଲିଆର ଟେଷ୍ଟ୍‌ କ୍ୟାପ୍‌ଟେନ୍‌ ପ୍ୟାଟ୍‌ କ୍ୟୁମିନ୍‌ସ୍‌ଙ୍କୁ ‘ଆଇଏନ୍‌ଆର୍‌’ ୭.୨୫ରେ ନିଲାମ୍‌ ଧରି ପୁନର୍ବାର ପାଇବାରେ ସଫଳ ହୋଇଛି ‘କୋଲ୍‌କାତା ନାଇଟ୍‌ ରାଇଡର୍ସ’। କାଗିସୋ ରାବାଡ଼ାଙ୍କୁ ମଧ୍ୟ ‘ପଞ୍ଜାବ କିଙ୍ଗ୍ସ୍’ ୯.୨୫ କ‌ୋଟିରେ ଖରିଦ କରିଛି। କିୱିର ସ୍ପେସ୍‌ ବୋଲର୍‌ ଟ୍ରେଣ୍ଟ୍‌ ବୋଲ୍‌ଟ୍‌ଙ୍କୁ ୮ କୋଟି ଟଙ୍କାରେ ନିଲାମ ଧରିବାରେ ସଫଳ ହୋଇଛି ‘ରାଜସ୍ଥାନ ରୟାଲ୍ସ୍’।

publive-imageImage Courtesy of NDTVଏହା ବ୍ୟତିରେକେ, ଭାରତୀୟ ସ୍ପେସ୍‌ ବୋଲର୍‌ ମହମ୍ମଦ୍‌ ସାମିଙ୍କୁ ‘ଗୁଜରାଟ ଟାଇଟନ୍ସ୍‌’ ୬.୨୫ କୋଟି ଟଙ୍କାରେ ଖରିଦ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡ୍ୟୁ ପ୍ଲେସିସ୍‌ଙ୍କୁ ‘ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌’ ୭ କୋଟି ଟଙ୍କାରେ ନିଲାମ ଧରିଛି। ଦକ୍ଷିଣ ଆଫ୍ରିକାର ୱିକେଟ୍‌ ରକ୍ଷକ କ୍ବିନ୍‌ଟନ୍‌ ଡି କକ୍‌ଙ୍କୁ ୬.୭୫ କୋଟି ଟଙ୍କାରେ କିଣିଛି ‘ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌’। ଅଷ୍ଟ୍ରେଲିଆର ଓପେନର୍‌ ଡେଭିଡ୍‌ ୱର୍ଣ୍ଣର୍‌ଙ୍କୁ ୬.୨୫ ‌କୋଟି ଟଙ୍କାରେ କ୍ରୟ କରିଛି ‘ଦିଲ୍ଲୀ କ୍ୟାପିଟାଲ୍‌ସ୍‌’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe