ଶୁଭମଙ୍କୁ ବିଶ୍ବ ସୁନ୍ଦରସ୍ବାସ୍ଥ୍ୟ କାଂସ୍ୟ

Advertisment
ଶୁଭମଙ୍କୁ ବିଶ୍ବ ସୁନ୍ଦରସ୍ବାସ୍ଥ୍ୟ କାଂସ୍ୟ

ଭୁବନେଶ୍ବର: ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଚାଲିଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଆଥଲେଟିକ୍ ଫିଜିକ୍‌ର ମିଶ୍ରିତ ଯୁଗଳ ଇଭେଣ୍ଟରେ ଓଡ଼ିଆ ପୁଅ ଶୁଭମ୍ ଓଡ଼ିଶା ପାଇଁ ବିଶ୍ବସ୍ତରୀୟ ପଦକ ଜିତିଛନ୍ତି। ଭୁବନେଶ୍ବର ଶୁଭମ୍ ମିଶ୍ର ଏବଂ ମଣିପୁରର ମହିଳା ଆଥଲେଟ୍ ଏଥିରେ ଭାଗ ନେଇଥିଲେ। ଉଭୟ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଏହା ପୂର୍ବରୁ ଓଡ଼ିଶାର ଚନ୍ଦନ ସାହୁ ୭୦ କିଲୋଗ୍ରାମ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ଏହି ସଫଳତା ଲାଗି ଶୁଭମଙ୍କୁ ଓଡ଼ିଶା ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘ ସଂପାଦକ ପ୍ରସନ୍ନ ମହାସୁଆର ଏବଂ ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe