୧୦୦ଟଙ୍କାର ସର୍ତ୍ତ ଶୁଭମନ ଗିଲଙ୍କୁ କଲା ବିସ୍ଫୋରକ ବ୍ୟାଟର, ଏଭଳି ଆରମ୍ଭ ହୋଇଥିଲା ଯାତ୍ରା

Advertisment
୧୦୦ଟଙ୍କାର ସର୍ତ୍ତ ଶୁଭମନ ଗିଲଙ୍କୁ କଲା ବିସ୍ଫୋରକ ବ୍ୟାଟର, ଏଭଳି ଆରମ୍ଭ ହୋଇଥିଲା ଯାତ୍ରା

ନୂଆଦିଲ୍ଲୀ: ୨୩ବର୍ଷୀୟ ଶୁଭମାନ ଗିଲ ବର୍ତ୍ତମାନ ଭାରତୀୟ କ୍ରିକେଟର ନୂଆ ତାରକା ପାଲଟିଛନ୍ତି। ଟେଷ୍ଟ ମ୍ୟାଚ୍, ଟି -୨୦ ହେଉ କି ଓଡିଆଇ କ୍ରିକେଟ୍, ଶୁଭମନ ଗିଲଙ୍କ ବ୍ୟାଟିଂର ଚମତ୍କାର ଏବେ ସବୁଠି ଦେଖିବାକୁ ମିଳୁଛି। ଲଗାତାର ଶତକ କରି ଗିଲ୍ ଏବେ ଭାରତୀୟ କ୍ରିକେଟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ତାଙ୍କ ପ୍ରଦର୍ଶନକୁ ଦେଖି ଭବିଷ୍ୟତରେ ଭାରତୀୟ କ୍ରିକେଟରେ ତାଙ୍କ ବଡ଼ ଦାୟିତ୍ବ ମିଳିପାରେ ବୋଲି କ୍ରିକେଟ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ତାଙ୍କର କ୍ରିକେଟର ହେବାର ଯାତ୍ରା କିଭଳି ଥିଲା ତାହା ସାମ୍ନାକୁ ଆସିଛି।

ପଞ୍ଜାବର ଫାଜିଲ୍କାରେ ଜନ୍ମ ହୋଇଥିବା ଶୁଭମନ ଗିଲ ପ୍ରଥମେ ସେଠାରେ ହିଁ କ୍ରିକେଟ୍ ଖେଳିଥିଲେ। କ୍ରିକେଟ ଖେଳିବାରେ ତାଙ୍କ ବାପା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଶୁଭମନ କହିଛନ୍ତି ଯେ ଛୋଟବେଳେ କ୍ରିକେଟ ଖେଳୁଥିବା ବେଳେ ମୋ ବାପା ବୋଲରମାନଙ୍କୁ ଚ୍ୟାଲେଞ୍ଜ ଦେଉଥିଲେ। ଯିଏ ମୋ‌ତେ ଆଉଟ କରିବ ତାକୁ ୧୦୦ଟଙ୍କା ପୁରସ୍କାର ଦିଆଯିବ ବୋଲି ବାପା ସର୍ତ୍ତ ରଖୁଥିଲେ। ଏଥିପାଇଁ ମୁଁ ନହାରିବା ପାଇଁ ଖୁବ ଚେଷ୍ଟା କରୁଥିଲେ। ଏଭଳି ଚ୍ୟାଲେଞ୍ଜ ମୋତେ ଭଲ କ୍ରିକେଟର ହେବାରେ ସାହାଯ୍ୟ କରିଛି ନିଶ୍ଚୟ।

ସେ ଆହୁରି କହିଛନ୍ତି ଯେ ତାଙ୍କ ପରିବାର ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ସମସ୍ତ ଚାଷ ଓ ଘର ଗାଁରେ ଥିବା ବେଳେ ଶୁଭମନଙ୍କୁ ଅଭ୍ୟାସ ପାଇଁ ଚଣ୍ଡୀଗଡ଼ ଆସିବାକୁ ପଡ଼ୁଥିଲା। ଏହା ଦେଖି ତାଙ୍କ ବାପା ଚଣ୍ଡୀଗଡ଼ରେ ଘର ନେବା ସହ ପ୍ରତିଦିନ ଗାଁକୁ ଯିବା ଆସିବା କରୁଥିଲେ। ବାପା ଚଣ୍ଡୀଗଡ଼ରୁ ଗାଁକୁ ଚାଷ ପାଇଁ ଆସୁଥିଲେ ଏବଂ ମୁଁ ସେଠାରେ ଅଭ୍ୟାସ କରୁଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe