ନୂଆଦିଲ୍ଲୀ: ଗତ ସିଜିନରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ରେ ଡେବ୍ୟୁ କରିଥିଲା ଗୁଜୁରାଟ ଟାଇଟାନ୍ସ। ଡେବ୍ୟୁ ସିଜିନରେ ଚମତ୍କାର ପ୍ରଦର୍ଶନ ଆଇପିଏଲ୍-୨୦୨୨ରେ ଟାଇଟଲ୍ ଜିତିଥିଲା ଗୁଜରାଟ ଟାଇଟାନ୍ସ। ଗୁଜୁରାଟ ଟାଇଟାନ୍ସର ଟାଇଟଲ ବିଜୟରେ ଯୁବ ଓପନର୍ ଶୁଭମନ ଗିଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେଲେ ଡେବ୍ୟୁ ସିଜିନ ପରେ ଶୁଭମନ ଗିଲ ବର୍ତ୍ତମାନ ଗୁଜରାଟ ଟାଇଟାନ୍ସର ହାତ ଛାଡ଼ୁଥିବା ଜଣାପଡ଼ିଛି। ଶୁଭମନ ଗିଲଙ୍କୁ ନେଇ ଗୁଜରାଟ ଟାଇଟାନ୍ସ କରିଥିବା ଟ୍ୱିଟକୁ ନେଇ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/post_attachments/02d9bfab86c4b12d46e49314f6bef02d64fe8d9e9d56202a0a22e62277ee73b2.jpg)
ଗୁଜୁରାଟ ଟାଇଟାନ୍ସର ଟୁଇଟ୍ ଅନୁଯାୟୀ ଶୁଭମନ ଗିଲ୍ ଫ୍ରାଞ୍ଚାଇଜର ହାତ ଛାଡିଛନ୍ତି। ତେବେ ଫ୍ରାଞ୍ଚାଇଜର ଏହି ଟ୍ୱିଟ୍ ଏକ ମଜାକ୍ ହୋଇପାରେ ବୋଲି ମଧ୍ୟ କିଛି ଲୋକ କହିଛନ୍ତି। ଗୁଜୁରାଟ ଟାଇଟାନ୍ସ ଗିଲକୁ ଟ୍ୟାଗ୍ କରି ଟ୍ବିଟ କରିଛି ଯେ, 'ଆପଣଙ୍କ ଯାତ୍ରା ମନେ ରଖିବା ଭଳି। ଆଗାମୀ ଭବିଷ୍ୟତ ପାଇଁ ଆପଣଙ୍କୁ ଶୁଭେଚ୍ଛା। ଗିଲ ମଧ୍ୟ ଏହି ଟ୍ୱିଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଫ୍ରାଞ୍ଚାଇଜର ଟ୍ବିଟକୁ ରିଟ୍ୱିଟ କରି ଜବାରେ ଦୁଇଟି ଇମୋଜି ପୋଷ୍ଟ କରିଛନ୍ତି।
/sambad/media/post_attachments/91b5ae802f717fa043182ddd3fd2c4b169dc6bf963eb506a759021cbdf296f34.jpg)
ଗୁଜୁରାଟ ଟାଇଟାନ୍ସର ଏହି ଟୁଇଟ୍ କ୍ରିକେଟ୍ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶଂସକମାନେ ଏହା ବିଶ୍ବାସ କରୁଛନ୍ତି ଯେ, ଏଭଳି ଟ୍ବିଟ କରି ଗୁଜରାଟ ଟାଇଟାନ୍ସ ମଜାକ୍ କରୁଥାଇପାରେ କିମ୍ବା ଏହା ଏକ ବିଜ୍ଞାପନର ଅଂଶ ହୋଇପାରେ। ତେବେ ଶୁଭମନ ଏବେ ଗୁଜରାଟ ଟାଇଟାନ୍ସ ସହ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।
Follow Us