ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡ ଥିବା କ୍ରିକେଟର ରୋବିନ୍ ମିନ୍ଜଙ୍କ ବାପାଙ୍କୁ ଭେଟିଲେ ଗିଲ୍

Advertisment
ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡ ଥିବା କ୍ରିକେଟର ରୋବିନ୍ ମିନ୍ଜଙ୍କ ବାପାଙ୍କୁ ଭେଟିଲେ ଗିଲ୍

mashable

ନୂଆଦିଲ୍ଲୀ: ଡିସେମ୍ବର ୧୯ରେ ଦୁବାଇରେ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନିଲାମିରେ ଝାଡଖଣ୍ଡର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରୋବିନ୍ ମିନ୍ଜ କୋଟିପତି ହୋଇଥିଲେ। ତାଙ୍କୁ ୩.୬କୋଟିରେ କିଣିଥିଲା ଗୁଜରାଟ ଟାଇଟାନ୍ସ। ଝାଡ଼ଖଣ୍ଡର ବାସିନ୍ଦ‌ା ୨୧ବର୍ଷୀୟ ରୋବିନଙ୍କ ବେସ୍ ପ୍ରାଇସ୍ ୨୦ଲକ୍ଷ ଟଙ୍କା ଥିଲା।

ସେ ବିଭିନ୍ନ ଫ୍ରାଞ୍ଚାଇଜର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କ ପାଇଁ ବିଭିନ୍ନ ଦଳ ବିଡ୍ କରିଥିଲେ। ହେଲେ ଶେଷରେ ତାଙ୍କୁ ୨୦୨୨ର ଚାମ୍ପିଅନ୍ ଦଳ ଗୁଜରାଟ ଟାଇଟନ୍ସ ନିଜ ଦଳରେ ସାମିଲ କରିଥିଲା। ରୋବିନଙ୍କୁ ଏତେ ବଡ଼ ସଫଳତା ଓ ସୁଯୋଗ ମିଳିବା ପରେ ଗୁଜରାଟ ଟାଇଟାନ୍ସର ନୂଆ ଅଧିନାୟକ ଶୁଭମନ ଗିଲ୍ ରୋବିନ୍ ମିନ୍ଜଙ୍କ ବାପାଙ୍କୁ ଭେଟିଥିବା ଦେଖାଯାଇଛି। ଏବେ ଏହାର ଏକ ଭିଡିଓ ଖୁବ ଭାଇରାଲ ହେଉଛି।

ରୋବିନ୍ ମିନ୍ଜଙ୍କ ବାପା ଫ୍ରାନସିସ୍  ଜାଭିଅର ମିନ୍ଜ ରାଞ୍ଚିରେ ଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ୨୦ବର୍ଷ ଭାରତୀୟ ସେନାରେ କାମ କରିସାରିଥିବା ଜାଭିଅର ମିନ୍ଜ ଏବେ ଚାକିରି ଛାଡ଼ିବାକୁ ଚାହୁନଥିବା କହିଛନ୍ତି। ପୁଅ କୋଟି କୋଟି ଟଙ୍କା ଆୟ କରୁଥିଲେ ବି ସେ ନିଜର ପେସା ଛାଡ଼ିବେନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe