ଏଭେରେଷ୍ଟ ଶିଖରରେ ସିଦ୍ଧାର୍ଥ: ଜାତୀୟ ପତାକା ଓ ପତିତପାବନ ବାନା ଉଡ଼ାଇଲେ

Advertisment
ଏଭେରେଷ୍ଟ ଶିଖରରେ ସିଦ୍ଧାର୍ଥ: ଜାତୀୟ ପତାକା ଓ ପତିତପାବନ ବାନା ଉଡ଼ାଇଲେ

ପୁରୁଣା ଭୁବନେଶ୍ବର: ରବିବାର ଭୋର ୪ଟା ୫ ମିନିଟ୍‌ରେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରି ରାଜ୍ୟ ପାଇଁ ନୂଆ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ। ଦୀର୍ଘ ୫୭ ଦିନର ଯାତ୍ରା ପରେ ଶିଖରରେ ପହଞ୍ଚି ଅଲଟ୍ରାମ୍ୟାନ୍‌ ସିଦ୍ଧାର୍ଥ ଜାତୀୟ ପତାକା, ପତିତପାବନ ବାନା ଓ ‘ଓଡ଼ିଆ ପାଇକ ପୁଅ’ ଲିଖିତ ବ୍ୟାନର୍‌ ଦେଖାଇଥିଲେ। ଏ ସମ୍ପର୍କରେ ପ୍ରଥମେ ସୂଚନା ଦେଇଛନ୍ତି ତାଙ୍କ ପିତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏପରି ଦୁଃସାହାସିକ କାର୍ଯ୍ୟ କରି ଓଡ଼ିଆଙ୍କ ସୁନାମ ଓ ଦେଶର ଗୌରବ ବଢ଼ାଇଛନ୍ତି ସିଦ୍ଧାର୍ଥ। ସେ ଏକ ପଥର ଉପରେ ବସି ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ନଜର ଆସୁଛନ୍ତି। ଏଭେରେଷ୍ଟ୍ ଯାତ୍ରା ପୂର୍ବରୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ସଫଳତା ପରେ ବିଧାୟକ ସୁରେଶ ରାଉତରାୟ ଖୁସିରେ ମିଠା ବାଣ୍ଟିଛନ୍ତି। ପ୍ରକାଶ ଥାଉକି, ସିଦ୍ଧାର୍ଥ ଫେବ୍ରୁଆରିରେ ଆମେରିକାରେ ଅଲଟ୍ରାମ୍ୟାନ୍‌ ଉପାଧି ପାଇଥିଲେ। ପ୍ରଥମ ଓଡ଼ିଆ ଭାବେ ମଧ୍ୟ ୫ ବର୍ଷ ତଳେ ଆଇରନ୍‌ ମ୍ୟାନ୍‌ ‌ହୋଇଥିଲେ। ଏକାଧିକ ମହାଦେଶୀୟ ଶୃଙ୍ଗ ମଧ୍ୟ ସେ ଆରୋହଣ କରିସାରିଛନ୍ତି।

ଏଭେରେଷ୍ଟ୍ ଆରୋହଣ ସହିତ ସିଦ୍ଧାର୍ଥ ମଧ୍ୟ ବିରଳ ଓଡ଼ିଆଙ୍କ କ୍ଲବ୍‌ରେ ମାମିଲ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ କଳ୍ପନା ଦାଶ ଏଭେରେଷ୍ଟ୍ ଚଢ଼ିଥିବାବେଳେ ଦ୍ବିତୀୟ ଥର ଚଢ଼ି ସେ ଶିଖରରେ ପ୍ରାଣ ହରାଇଥିଲେ। ତାଙ୍କ ଛଡ଼ା ଗଣେଶ ଚନ୍ଦ୍ର ଜେନା, ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ସ୍ବର୍ଣ୍ଣଲତା ଦଳାଇ, ସ୍ବର୍ଗତ ପ୍ରଦୀପ ସାହୁ ଏବଂ ତାଙ୍କ ପତ୍ନୀ ଚେତନା ସାହୁ ଏହି କ୍ଲବ୍‌ର ସଦସ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe