ସିଲି ପଏଣ୍ଟ୍‌:‘୮୩’ ଚଳଚ୍ଚିତ୍ରରେ କପିଳ କନ୍ୟା

Advertisment
ସିଲି  ପଏଣ୍ଟ୍‌:‘୮୩’ ଚଳଚ୍ଚିତ୍ରରେ କପିଳ କନ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ତାରକା ତଥା ବିଶ୍ବ ବିଜୟୀ ଅଧିନାୟକ କପିଳ ଦେବଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ‘୮୩’ ଚଳଚ୍ଚିତ୍ର। ବଲିଉଡ୍ ଅଭିନେତା ରଣବୀର ସିଂହ ଏଥିରେ କପିଳଙ୍କ ଭୂମିକାରେ ନଜର ଆସିବେ। ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଯାଉଛି। ଏହି ଚଳଚ୍ଚିତ୍ରରେ ଏବେ କପିଳଙ୍କ ୨୨ ବର୍ଷୀୟା ଝିଅ ଆମୀୟା ସାମିଲ ହୋଇଛନ୍ତି। ସେ ଏହି ଚଳଚ୍ଚିତ୍ରରେ ସହକାରୀ ନିର୍ଦେଶକର ଦାୟିତ୍ବ ତୁଲାଇବେ। ରଣବୀରଙ୍କୁ କପିଳ ନିଜେ ଏଥିଲାଗି ପ୍ରଶିକ୍ଷଣ ଦେଉଛନ୍ତି। କପିଳ ମଧ୍ୟ ଏଥିରେ ଅଭିନୟ କରିବେ। କବିର ଖାନ୍ ‘୮୩’ର ନି‌ର୍ଦେଶନା ଦେବେ। ୧୯୮୩ ମସିହା ଭାରତୀୟ ବିଶ୍ବବିଜୟୀ ଦଳର ଅନ୍ୟତମ ସଦସ୍ୟ ସନ୍ଦୀପ ପାଟିଲଙ୍କ ପୁଅ ଚିରାଗ ନିଜ ପିତାଙ୍କ ଚରିତ୍ରରେ ଅଭିନୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe