ୱିମ୍ବଲଡନ୍ ଗ୍ରାଣ୍ଡ୍ ସ୍ଲାମ ଟେନିସ୍ ପ୍ରତିଯୋଗିତାର ପରମ୍ପରା ଅନୁସାରେ ଦୁଇ ଏକକ ଟ୍ରଫି ବିଜେତାଙ୍କ ମିଳିତ ନୃତ୍ୟ ଏବେ ଚର୍ଚ୍ଚାକୁ ଆସିଛି। ପୁରୁଷ ଏକକ ବିଜେତା ସ୍ପେନୀୟ ଖେଳାଳି କାର୍ଲୋସ ଅଲକାରାଜ ଏବଂ ମହିଳା ବିଜୟିନୀ ବାର୍ବୋରା କ୍ରେଜିକୋଭାଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଛି। ଟେନିସ କୋର୍ଟରେ ଏଭଳି ନୃତ୍ୟ ସମ୍ପର୍କରେ ଯେତେବେଳେ ଅଲକାରାଜଙ୍କୁ କୁହାଯାଇଥିଲା ସେ ସାମାନ୍ୟ ନର୍ଭସ ହୋଇଯାଇଥିଲେ। ଶେଷରେ କିନ୍ତୁ ଏମିତି ନାଚିଥିଲେ ଯେ ଅନେକଙ୍କ ହୃଦୟ ଜିତିଯାଇଥିଲେ। ମୁଁ ଭଲ ନାଚିପାରେ ବୋଲି ମଧ୍ୟ ୨୧ ବର୍ଷୀୟ ଅଲକାରାଜ କହିଥିଲେ। କ୍ରେଜିକୋଭାଙ୍କ ପାଦରେ ପାଦ ମିଶାଇ ନାଚିବା ବି ଆଲୋଚନାରେ ରହିଛି। ସୂଚନାଯୋଗ୍ୟ, ୨୫ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ନୋଭାକ ଜୋକୋଭିକ୍ଙ୍କୁ ୩ ସେଟ୍ ଫାଇନାଲରେ ହରାଇ ଆଲ୍କାରାଜ ନିଜ ଚତୁର୍ଥ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତି ନେଇଥିଲେ। ଗତବର୍ଷ ପରି ଏଥର ୱିମ୍ବଲଡନ୍ ଫାଇନାଲ୍ରେ ହରାଇଥିଲେ ମଧ୍ୟ ସର୍ବିୟା କିଂବଦନ୍ତିଙ୍କୁ ଅଲକାରାଜ ‘ସୁପର୍ମ୍ୟାନ୍’ ଆଖ୍ୟା ଦେବାକୁ ଭୁଲି ନଥିଲେ।
ସିଲି ପଏଣ୍ଟ୍: ଅଲକାରାଜ-କ୍ରେଜିକୋଭାଙ୍କ ମିଳିତ ନୃତ୍ୟ
Advertisment
Follow Us