ଭାରତୀୟ କ୍ରିକେଟ୍ ଦଳକୁ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଉତ୍କଣ୍ଠପୂର୍ଣ୍ଣ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ରବିବାର ଏକ ଅପୂର୍ବ ସଂଯୋଗରେ ରହିଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ପତ୍ନୀ ସଂଜନା ଗଣେଶନ୍ ହିଁ ବୁମ୍ରାଙ୍କ ସାକ୍ଷାତକାର ନେଇଥିଲେ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆଇସିସିର ଉପସ୍ଥାପିକା ଭାବେ କାର୍ଯ୍ୟ କରୁଥିବା ସଂଜନା ପତି ବୁମ୍ରାଙ୍କୁ ତାଙ୍କ ଅସାଧାରଣ ପ୍ରଦର୍ଶନ ଲାଗି ଅଭିନନ୍ଦନ ଜଣାଇବା ସହ ବୋଲିଂ କଲା ବେଳେ କ’ଣ ଭାବୁଥିଲେ ବୋଲି ପଚାରି ଥିଲେ। ଉତ୍ତରରେ ବୁମ୍ରା କହିଥିଲେ, ମୁଁ ସବୁବେଳେ ସମସ୍ୟାର କିଭଳି ସମାଧାନ କରିହେବ, ସେ କଥା ଚିନ୍ତା କରୁଥାଏ। ପ୍ରତିପକ୍ଷଙ୍କ ବିଷୟରେ ଅଧିକ କିଛି ଭାବେନି। କେମିତି ମୋ ଦଳକୁ ସହଯୋଗ କରିପାରିବି, ସେହି ଚେଷ୍ଟା ନିରନ୍ତର କରିଥାଏ। ସାକ୍ଷାତକାର ପାଇଁ ସଂଜନା ମଧ୍ୟ ବୁମ୍ରାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପରେ ବୁମରା କହିଥିଲେ ଯେ ତୁମକୁ ଅଧଘଣ୍ଟା ପରେ ଭେଟୁଛି। ସଂଜନା ତୁରନ୍ତ କହିଥିଲେ ଯେ କ’ଣ ରାତ୍ରିଭୋଜନ ପାଇଁ। ଉଭୟଙ୍କ ମଧ୍ୟରେ ହୋଇଥିବା ଏଭଳି ଭାବ ବିନିମୟର ଭିଡିଓକୁ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି।
ସିଲି ପଏଣ୍ଟ୍: ବୁମ୍ରାଙ୍କ ସାକ୍ଷାତକାର ନେଲେ ପତ୍ନୀ ସଂଜନା
Advertisment
Follow Us