ଚଳିତ ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଅବସରରେ ପୂର୍ବତନ ଭାରତୀୟ କ୍ରିକେଟର୍ ଶିଖର ଧାୱନ ଜଣେ ସୁନ୍ଦରୀ ମହିଳାଙ୍କ ସହ ଦେଖିବାକୁ ମିଳୁଛନ୍ତି। ଧାୱନ ଏହି ପ୍ରତିଯୋଗିତାରେ ଭାଷ୍ୟକାର ଦାୟିତ୍ବ ତୁଲାଉଥିଲା ବେଳେ ଫୁରସତ୍ ସମୟରେ ଏହି ମହିଳାଙ୍କ ସହ ବୁଲାବୁଲି କରୁଛନ୍ତି। ଏପରିକି ଉଭୟ ଏକାଠି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ର ଭିଆଇପି ବକ୍ସରେ ବସି ଭାରତ-ବାଂଲାଦେଶ ମ୍ୟାଚ୍ର ମଜା ନେଉଥିବା ଫଟୋ ପଦାକୁ ଆସିଛି। ସେବେଠାରୁ ପ୍ରଶଂସକ ଧାୱନ ଓ ସଂପୃକ୍ତ ମହିଳାଙ୍କ ମଧ୍ୟରେ କିଛି ନା କିଛି ସଂପର୍କ ଗଢ଼ି ଉଠିଛି ବୋଲି ଆକଳନ କରୁଛନ୍ତି। ପୂରା ପରିଚୟ ମିଳି ନଥିଲେ ବି ମହିଳା ଜଣଙ୍କ ନାଁ ସୋଫି ବୋଲି ଜଣାପଡ଼ିଛି। ଧାୱନଙ୍କୁ ସେ ଇନଷ୍ଟାଗ୍ରାମ୍ରେ ଅନୁସରଣ କରନ୍ତି। ତାଙ୍କ ବିଷୟରେ ଅଧିକ କିଛି ତଥ୍ୟ ପଦାକୁ ଆସିନି। ସୂଚନାଯୋଗ୍ୟ ଯେ ଆୟେଶା ବାନାର୍ଜୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଧାୱନ ଏବେ ସିଙ୍ଗଲ୍ ଅଛନ୍ତି। ଯେବେଠାରୁ ସେ ଆୟେଶାଙ୍କଠାରୁ ଅଲଗା ହେଲେଣି ସେବେଠାରୁ ବହୁ ବଲିଉଡ୍ ଅଭିନେତ୍ରୀଙ୍କ ସହ ତାଙ୍କ ନାମକୁ ଯୋଡ଼ା ହେଉଛି। ହୁମା କ୍ୟୁରେସୀ, ସାନିଆ ମିର୍ଜା ଏପରିକି ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ୍ଙ୍କ ସହ ତାଙ୍କର ବାହାଘର ହେବା ଗୁଜବ ମଧ୍ୟ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିସାରିଛି।
ସିଲି ପଏଣ୍ଟ୍: ଧାୱନଙ୍କ ମହିଳା ବନ୍ଧୁଙ୍କୁ ନେଇ ଚର୍ଚ୍ଚା
Advertisment
Follow Us