ସିଲି ପଏଣ୍ଟ୍‌: ସୁପରମ୍ୟାନ୍ ସୁଟ୍‌ରେ ଈଶାନ

Advertisment
ସିଲି ପଏଣ୍ଟ୍‌: ସୁପରମ୍ୟାନ୍ ସୁଟ୍‌ରେ ଈଶାନ

ମୁମ୍ବାଇ: ଦଳୀୟ ବୈଠକକୁ ଯେଉଁମାନେ ବିଳମ୍ବରେ ପହଞ୍ଚୁଛନ୍ତି ସେମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଆରା ଦଣ୍ଡ ଦେଉଛି। ସୋମବାର ୱିକେଟ୍ ରକ୍ଷକ ଈଶାନ କିଶନ ଓ ସ୍ପିନର କୁମାର କାର୍ତ୍ତିକେୟଙ୍କ ସହ ୪ଜଣ ଖେଳାଳି ବିଳମ୍ବରେ ଦଳୀୟ ବୈଠକରେ ଯୋଗ ଦେଇଥିଲେ। ଫଳରେ ସେମାନଙ୍କୁ ସୁପରମ୍ୟାନ୍ ସୁଟ୍ ପିନ୍ଧି ବିମାନ ଯାତ୍ରା କରିବାର ଦଣ୍ଡ ଦିଆଯାଇଥିଲା। ସମସ୍ତେ ଏହି କୌତୁକିଆ ଜମ୍ପ ସୁଟ୍ ପିନ୍ଧି ବିମାନ ଯାତ୍ରା କରୁଥିବାର ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିବା ପରେ ଏହା ଭାଇରାଲ୍ ହୋଇଛି। ବିଶେଷ କରି ଈଶାନ କିଶନ ଏଭଳି ସୁଟ୍ ପିନ୍ଧିବାରୁ ତାଙ୍କ ପ୍ରଶଂସକ ବେଶ୍ ମଜା ନେଇଛନ୍ତି। ଆଗାମୀ ସମୟରେ ମଧ୍ୟ ଏହି ଭଳି ମଜାଦାର ଦଣ୍ଡ ଦିଆଯିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ପ୍ରକାଶ କରିଥିବା ଭିଡିଓ ତଳେ ଲେଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe