ସିଲି ପଏଣ୍ଟ୍‌: ପୁଣି ପ୍ରେମରେ ପଡ଼ିଲେ ପାଣ୍ଡ୍ୟା

Advertisment
ସିଲି ପଏଣ୍ଟ୍‌: ପୁଣି ପ୍ରେମରେ ପଡ଼ିଲେ ପାଣ୍ଡ୍ୟା

ଅଭିନେତ୍ରୀ ପତ୍ନୀ ନତାଶା ଷ୍ଟାଙ୍କୋଭିକ୍‌ଙ୍କଠାରୁ ଛାଡ଼ପତ୍ର ନେବାର ମାସକ ପରେ ଭାରତୀୟ କ୍ରିକେଟ୍ ଦଳର ରସିକିଆ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ପୁଣି ଥରେ ପ୍ରେମରେ ପଡ଼ିଛନ୍ତି। ସଂପ୍ରତି ସେ ବ୍ରିଟିସ୍ ଗାୟିକା ଜସ୍ମିନ ୱାଲିଆଙ୍କୁ ଡେଟ୍ କରୁଛନ୍ତି। ଉଭୟ ଲୁଚିଛପି ଗ୍ରିସ୍‌ରେ ଛୁଟି କଟାଇବାକୁ ଚାଲିଯାଇଥିବା ଜଣାପଡ଼ିଛି। ପାଣ୍ଡ୍ୟା ଓ ଜସ୍ମିନ୍ ପରସ୍ପର ସହ ଫଟୋ ଉଠାଇ ନଥିଲେ ମଧ୍ୟ ଉଭୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ଫଟୋ‌ରେ କିଛିଟା ସାମଞ୍ଜସ୍ୟ ଥିବାରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାର ଚର୍ଚ୍ଚା ଜୋର୍ ଧରିଛି। ଜସ୍ମିନ ନିକଟରେ ଏକ ପୁଲ୍ ପାଖରେ ନୀଳ ରଙ୍ଗର ବିକିନି ପିନ୍ଧି ଉଠାଇଥିବା ଫଟୋ ପ୍ରକାଶ କରିଥିଲେ। କିଛି ସମୟ ପରେ ପାଣ୍ଡ୍ୟା ସେହି ପୁଲ୍ ପାଖରେ ବୁଲୁଥିବାର ଫଟୋ ଛାଡ଼ିଥିଲେ। ପୁଣି ଜସ୍ମିନ ପୋଷ୍ଟ କରୁଥିବା ସବୁ ଫଟୋକୁ ପାଣ୍ଡ୍ୟା ଲାଇକ୍ କରୁଥିବା ଦେଖିବାକୁ ମିଳୁଛି। ଉଭୟ ମଧ୍ୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ଅନୁସରଣ କରୁଛନ୍ତି। ଫଳରେ ପାଣ୍ଡ୍ୟା-ଜସ୍ମିନଙ୍କ ମଧ୍ୟରେ କିଛି ନା କିଛି କୁହୁଳୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe