ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ସମ୍ଭବତଃ ଶେଷ ମ୍ୟାଚ୍ ଖେଳିସାରିଛନ୍ତି। ମୁମ୍ବାଇର ଶେଷ ଲିଗ୍ ମ୍ୟାଚ୍ରେ ରୋହିତ ୩୮ ବଲ୍ରୁ ୬୮ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଦଳ ୧୮ ରନ୍ରେ ପରାଜିତ ହୋଇଥିଲା। କିନ୍ତୁ ରୋହିତ ଆଉଟ୍ ହୋଇ ଡଗ୍ଆଉଟ୍କୁ ଫେରିବା ବେଳକୁ ଦର୍ଶକମାନେ ଠିଆ ହେବା ସହ ତାଳି ମାରି ତାଙ୍କୁ ସମର୍ଥନ କରିଥିଲେ। ମ୍ୟାଚ୍ ଶେଷରେ ଡ୍ରେସିଂ ରୁମ୍ରେ ରୋହିତଙ୍କୁ ତାଙ୍କ ପ୍ରଦର୍ଶନ ପାଇଁ ଦଳର ମାଲିକ ନୀତା ଅମ୍ବାନି ପଦକ ପିନ୍ଧାଇଥିଲେ। ତେବେ ପରାଜୟ ପରେ ନୀତା ଓ ରୋହିତ ପଡ଼ିଆ ପାଖରେ ଅନେକ ସମୟ ଧରି କିଛି ଆଲୋଚନା କରୁଥିବା ଦେଖାଯାଇଥିଲା। ଏହି ଆଲୋଚନା ସମୟର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। କିଛି ଦିନ ତଳେ ରୋହିତ ଓ ଅଭିଷେକ ନାୟାରଙ୍କ ମଧ୍ୟରେ ହୋଇଥିବା ଏକ ଆଲୋଚନାର ଭିଡିଓରେ ମୁମ୍ବାଇର ଏହି ପୂର୍ବତନ ଅଧିନାୟକ ଦଳ ଛାଡୁଥିବା ବିଷୟରେ ସଙ୍କେତ ଦେଇଥିଲେ। ତେଣୁ ରୋହିତଙ୍କୁ ମନାଇବା ପାଇଁ ନୀତା ଚେଷ୍ଟା କରୁଛନ୍ତି କି ବୋଲି ଅନେକ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି।
ସିଲି ପଏଣ୍ଟ୍: ରୋହିତ ଓ ନୀତା ଅମ୍ବାନି ଆଲୋଚନା ଭିଡିଓ ଭାଇରାଲ୍
Advertisment
Follow Us