ସାରା ବିଶ୍ବରେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ସେଥିପାଇଁ ସଚିନ ଯୁଆଡ଼େ ଯାଆନ୍ତି ପ୍ରଶଂସକ ତାଙ୍କୁ ସଚିନ... ସଚିନ... ଡାକରେ ସ୍ବାଗତ କରନ୍ତି। ନିକଟରେ ଏଭଳି ଏକ ଘଟଣା ବିମାନ ଭିତରେ ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ସଚିନ ବିମାନ ଭିତରକୁ ପଶିବା କ୍ଷଣି ସେଠାରେ ଥିବା ସହଯାତ୍ରୀମାନେ ହଠାତ୍ ସଚିନ... ସଚିନ... ରଡ଼ି କରିଥିଲେ। ଏହା ଦେଖି ସେ ମଧ୍ୟ ଭାବବିହ୍ବଳ ହୋଇଯାଇଥିଲେ। ହାତଯୋଡ଼ି ସମସ୍ତଙ୍କୁ ନମସ୍କାର କରିବା ସହ ଏହି ନିଆରା ଅଭିବାଦନ ଖୁସିରେ ଗ୍ରହଣ କରିଥିଲେ। ଏଥିରୁ ଅବସର ପରେ ବି ସଚିନଙ୍କ ପ୍ରତି ପ୍ରଶଂସକଙ୍କ ମନରେ ଥିବା ଭଲପାଇବା ଓ ସମ୍ମାନ ତିଳେ ମାତ୍ର କମି ନଥିବା ସ୍ପଷ୍ଟ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us